ମୁଁ କେବେ ବି ଲୋକମାନଙ୍କୁ ସେମାନଙ୍କ ଇତିହାସ ଅନୁସାରେ ପରଖେ ନାହିଁ, ବରଂ ସେମାନଙ୍କର ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରା ଅନୁସାରେ ଆକଳନ କରେ: ଜଷ୍ଟିସ୍‌ ଦୀପକ ମିଶ୍ର

Advertisment
ମୁଁ କେବେ ବି ଲୋକମାନଙ୍କୁ ସେମାନଙ୍କ ଇତିହାସ ଅନୁସାରେ ପରଖେ ନାହିଁ, ବରଂ ସେମାନଙ୍କର ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରା ଅନୁସାରେ ଆକଳନ କରେ: ଜଷ୍ଟିସ୍‌ ଦୀପକ ମିଶ୍ର

www.indiatoday.in

ନୂଆଦିଲ୍ଲୀ: ‘ଭାରତୀୟ ନ୍ୟାୟପାଳିକା ହେଉଛି ପୃଥିବୀର ସର୍ବବୃହତ ଅନୁଷ୍ଠାନ। କେବଳ ସେତିକି ନୁହେଁ, ଭାରତୀୟ ନ୍ୟାୟପାଳିକା ପୃଥିବୀର ସବୁଠାରୁ ଶକ୍ତିଶାଳୀ ନ୍ୟାୟପାଳିକା ମଧ୍ୟ। କାରଣ ମସ୍ତିଷ୍କକୁ ଚହଲାଇ ଦେବା ଭଳି ବିରାଟ ସଂଖ୍ୟକ ମାମଲାକୁ ବିଚାର କରିବାର କ୍ଷମତା ରଖିଛି ଆମ ନ୍ୟାୟପାଳିକା।’

ସୋମବାର ସୁପ୍ରିମ୍‌କୋର୍ଟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏଭଳି ମନ୍ତବ୍ୟ ରଖିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରୁଥିବା ଜଷ୍ଟିସ୍‌ ମିଶ୍ରଙ୍କର ଆଜି ଥିଲା ଶେଷ କାର୍ଯ୍ୟଦିବସ। ଏହି ଅବସରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା।

publive-image Dainik Bhaskar

ବିଦାୟୀ ମୁଖ୍ୟବିଚାରପତି ତାଙ୍କ ଅଭିଭାଷଣରେ କହିଥିଲେ ,‘ନ୍ୟାୟର ଏକ ମାନବବାଦୀ ଆଭିମୁଖ୍ୟ ରହିବା ଜରୁରୀ। ଇତିହାସ କେତେବେଳେ ଆମପ୍ରତି ଦୟାବନ୍ତ ହୋଇପାରେ ପୁଣି କେବେ ନିଷ୍ଠୁର ହୋଇପାରେ। ମୁଁ କେବେ ବି ଲୋକମାନଙ୍କୁ ସେମାନଙ୍କ ଇତିହାସ ଅନୁସାରେ ପରଖେ ନାହିଁ, ବରଂ ସେମାନଙ୍କର ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରା ଅନୁସାରେ ଆକଳନ କରେ। ମୁଁ ଅତ୍ୟନ୍ତ ସନ୍ତୋଷ ସହକାରେ ଆଜି ଏଠାରୁ ବିଦାୟ ନେଉଛି। ଏଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ‘ବାର୍‌’ ପ୍ରତି ମୁଁ କୃତଜ୍ଞ।’

ଜଷ୍ଟିସ ମିଶ୍ରଙ୍କୁ ବିଦାୟ ସମ୍ବର୍ନ୍ଧନାରେ ଅଂଶଗ୍ରହଣ କରି ଦେଶର ନୂତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଥିଲେ, ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ କାର୍ଯ୍ୟାଳୟରେ ନାଗରିକ ସ୍ୱାଧୀନତା ଏକ ନୂତନ ଦିଗନ୍ତ ଛୁଇଁଥିଲା। ଜଣେ ବିଚାରପତି ଭାବେ ତାଙ୍କ ଅବଦାନ ଉଲ୍ଲେଖନୀୟ। ଏଥିସହ ନୂତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗେଇ ଜଷ୍ଟିସ୍‌ ମିଶ୍ରଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ ରାୟ ସଂପର୍କରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe