ଉଚିତ ନ୍ୟାୟ ହୋଇଛି: ଅଲକାଏଦା ନେତା ଜୱାହିରିର ହତ୍ୟା ପରେ ଏପରି କିହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

Advertisment
ଉଚିତ ନ୍ୟାୟ ହୋଇଛି: ଅଲକାଏଦା ନେତା ଜୱାହିରିର ହତ୍ୟା ପରେ ଏପରି କିହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

www.indiatoday.in

ୱାଶିଂଟନ୍‌: ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହେବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଗୋଟାଏ ପରେ ଗୋଟାଏ ଟ୍ବିଟ୍‌ କରି ଚାଲିଛନ୍ତି। ସେ ପ୍ରଥମେ ଏକ ଟ୍ବିଟ୍‌ କରି ନ୍ୟାୟ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି।

ସେ ସକାଳୁ ଏକ ଟ୍ବିଟ୍‌ କରି ଲେଖିଛନ୍ତି , ‘ଶନିବାର ମୋ ନିର୍ଦ୍ଦେଶରେ ଆଫଗାନିସ୍ତାନର କାବୁଲରେ ଆମେରିକା ସଫଳତାର ସହ ଏୟାର୍‌ ଷ୍ଟ୍ରାଇକ୍‌ କରି  ଅଲକାଏଦା ନେତା ଆୟମାନ ଅଲ ଜୱାହିରିକୁ ନିହତ କରାଯାଇଛି। ଉଚିତ ନ୍ୟାୟ ହୋଇଛି।’

ସେହିପରି ବାଇଡେନ୍‌ ତାହାର କିଛି ସମୟ ପରେ ତାଙ୍କର ଦ୍ବିତୀୟ ଟ୍ବିଟ୍‌ରେ ଲେଖିଛନ୍ତି ଯେ ‘ଯେଉଁମାନେ ଦେଶର କ୍ଷତି କରିବାକୁ ଚାହୁଁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ସଂକଳ୍ପବଦ୍ଧ। କେଉଁ ବି ପରିସ୍ଥିତିରେ ଆମେ ଲୋକଙ୍କୁ ସୁରକ୍ଷା ଦେବୁ। ଆଜି ରାତିରେ ଆମେ ତାହା ପ୍ରମାଣିତ କରିଛୁ। ଯେତେ ସମୟ ଲାଗୁ ଫଛେ, ଯେତେ ଲୁଚାଇବାକୁ ଚେ‌ଷ୍ଟା କର ତୁମେ, ଆମେ ଖୋଜି ପାଇଯିବୁ।’

ସେ ତାଙ୍କର ତୃତୀୟ ଟ୍ବିଟ୍‌ରେ ଭିଡିଓ ଜାରି କରି ସେଥିରେ କହିଛନ୍ତି ଯେ ‘ଦେଶରେ ଆତଙ୍କବାଦ ଉପରେ ଆମେରିକା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୂର୍ବରୁ ‌ଦେଇଥିବା ପ୍ରତିଶ୍ରୁତି ପୂରା ହୋଇଛି।’

ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଥିବା କଥା ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe