India Tv
ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ତଦନ୍ତ ପାଇଁ ଗଠିତ ହୋଇଥିବା ଦେଶର ସର୍ବୋଚ୍ଚ ସଂସ୍ଥା ଲୋକପାଳର ଅନ୍ୟତମ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିସ୍ ଦିଲୀପ ବାବାସାହେବ ଭୋସ୍ଲେ। ୮ ଜଣିଆ ସଦସ୍ୟ ବିଶିଷ୍ଟ ଲୋକପାଳର ଅନ୍ୟତମ ସଦସ୍ୟ ଭାବେ ୫ ବର୍ଷ ପାଇଁ ନିଯୁକ୍ତି ପାଇଥିବା ଜଷ୍ଟିସ୍ ଦିଲୀପ ବାବାସାହେବ ଭୋସ୍ଲେ ତାଙ୍କ ନିଯୁକ୍ତିର ମାତ୍ର ୧୦ ମାସ ପରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଲୋକପାଳରେ (ନ୍ୟାୟିକ) ସଦସ୍ୟ ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ୍ ଦିଲୀପ ବାବାସାହେବ ଭୋସ୍ଲେ ୧୨ ଜାନୁଆରି, ୨୦୨୦ ଅପରାହ୍ଣରୁ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କହୁଯାଇଛି।
‘ମୋର କେତେକ ବ୍ୟକ୍ତଗତ କାରଣ ପାଇଁ ମୁଁ ମୋ ପଦବୀରୁ ଇସ୍ତଫା ଦେବା ପାଇଁ ଚାହୁଁଥିବା ଗତ ଜାନୁଆରି ୬ ତାରିଖରେ ଲିଖିତ ଭାବେ ସରକାରଙ୍କୁ ଜଣାଇଥିଲି। ଏବଂ ମୋର ଏଇ ପତ୍ରକୁ ଇସ୍ତଫା ପତ୍ର ଭାବେ ଗ୍ରହଣ କରି ମୋତେ ଜାନୁଆରି ୧୨, ୨୦୨୦ ଅପରାହ୍ଣରୁ ମୋ ଦାୟିତ୍ୱରୁ ମୁକ୍ତ କରିବାକୁ କହିଥିଲି’, ବୋଲି କହିଛନ୍ତି ଜଷ୍ଟିସ୍ ଦିଲୀପ ବାବାସାହେବ ଭୋସ୍ଲେ।
NDTVଉଲ୍ଲେଖଯୋଗ୍ୟ, ଏହ୍ଲାବାଦ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରହିଥିବା ଜଷ୍ଟିସ୍ ଦିଲୀପ ବାବାସାହେବ ଭୋସ୍ଲେଙ୍କୁ ଲୋକପାଳର (ନ୍ୟାୟକ) ସଦସ୍ୟ ଭାବେ ଲୋକପାଳର ଅଧ୍ୟକ୍ଷ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଗତ ମାର୍ଚ୍ଚ ୨୭, ୨୦୧୯ରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଜଷ୍ଟିସ୍ ଦିଲୀପ ବାବାସାହେବ ଭୋସ୍ଲେ ଲୋକପାଳର (ନ୍ୟାୟିକ) ସଦସ୍ୟ ଭାବେ ୫ ବର୍ଷ ପାଇଁ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସଂପାଦନ କରିଥାନ୍ତେ। ହେଲେ, ସେ ମାତ୍ର ୧୦ ମାସ ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
Follow Us