ଜଷ୍ଟିସ୍‌ ଡିକେ ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ସୁପାରିସ

Advertisment

କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କ ଏପ୍ରିଲ ୧୫ ଓ ୧୯ ତାରିଖ ବୈଠକରେ ଜଷ୍ଟିସ୍‌ ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ....

କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କ ଏପ୍ରିଲ ୧୫ ଓ ୧୯ ତାରିଖ ବୈଠକରେ ଜଷ୍ଟିସ୍‌ ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ....

fdfhfhth

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କ ଏପ୍ରିଲ ୧୫ ଓ ୧୯ ତାରିଖ ବୈଠକରେ ଜଷ୍ଟିସ୍‌ ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି ବୋଲି ଜାରି ବିଜ୍ଞପ୍ତିରୁ ସୂଚନା ମିଳିଛି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ୧୯୬୪ ଜୁଲାଇ ୨୦ ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି। ଜୁଲାଇ ୧୯୮୯ରୁ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୪ ବର୍ଷ ଧରି ସେ କର୍ଣ୍ଣାଟକ ଓ ମାଡ୍ରାସ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ।

୨୦୧୪ରେ ସେ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅଫ୍‌ ଇଣ୍ଡିଆ ରୂପେ ନିଯୁକ୍ତି ପାଇଥିଲେ। କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ରୂପେ ସେ ଫେବ୍ରୁଆରି ୧୪, ୨୦୧୮ରେ ନିଯୁକ୍ତି ପାଇଥିଲେ। ଜାନୁଆରି ୭,୨୦୨୦ରେ ଜଷ୍ଟିସ୍‌ ଶ୍ରୀପଦ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ 
ବିଚାରପତି ହୋଇଥିଲେ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ କଲେଜିୟମଙ୍କ ଏପ୍ରିଲ ୧୫ ଓ ୧୯ ତାରିଖ ବୈଠକରେ ଜଷ୍ଟିସ୍‌ ଶ୍ରୀପଦଙ୍କ ସମେତ ମୋଟ ୭ ଜଣ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରାଯାଇଛି। ଏଥିରେ କର୍ଣ୍ଣାଟକ ହାଇକୋର୍ଟର ସର୍ବାଧିକ ଚାରି ଜଣ ବିଚାରପତି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe