Justice for Kolkata 'Nirbhaya' after 161 days
କୋଲକାତା: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟିରେ ଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିଆଲଦା କୋର୍ଟ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
କୋର୍ଟ ଏନେଇ ୨୦ ଜାନୁଆରି ୨୦୨୫ ସୋମବାର ଦିନ ଦଣ୍ଡ ବିଧାନ କରିବେ। ୯ ଅଗଷ୍ଟ ୨୦୨୪ରେ ସକାଳେ ଉତ୍ତର କୋଲକାତାର ସରକାରୀ ମେଡିକାଲ କଲେଜ ଆର.ଜି କରରେ ଜଣେ ପ୍ରଶିକ୍ଷକ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା।
ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ, ଅପରାଧୀ ପ୍ରଥମେ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ପରେ ତାଙ୍କୁ ଗଳା ଚିପି କରିଥିଲେ। ପ୍ରାରମ୍ଭରେ ଆର.ଜି କର ମେଡିକାଲ କଲେଜ ଦ୍ୱାରା କୁହାଯାଇଥିଲା ଯେ, ଏହା ଆତ୍ମହତ୍ୟା, କିନ୍ତୁ ପରେ ମାମଲାର ରହସ୍ୟ ଖୋଲିବା ଆରମ୍ଭ କରିଥିଲା। ଏହି ଘଟଣାର ସତ୍ୟତା ସମଗ୍ର ଦେଶକୁ ଚକିତ କରି ଦେଇଥିଲା।
ଅଧିକ ପଢ଼ନ୍ତୁ: ୪୦ ଘଣ୍ଟା ପରେ ଉଦ୍ଧାର ହେଲା ୩ ଶ୍ରମିକଙ୍କ ମୃତଦେହ, ପାୱାର୍ପ୍ଲାଣ୍ଟର ୨ଟି ୟୁନିଟ୍ ବନ୍ଦ ନିର୍ଦ୍ଦେଶ
କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ ଧାରା ୬୪,୬୬, ୧୦୩/୧ ଲାଗୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ଆରଜି କର ମେଡିକାଲ କଲେଜର ବାହାନା କରି ହସ୍ପିଟାଲର ସେମିନାର ରୁମକୁ ଯାଇ ସେଠାରେ ବିଶ୍ରାମ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ଆକ୍ରମଣ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ।
ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ମାମଲାର ଶୁଣାଣି ଜାନୁଆରି ୯ ରେ ଶେଷ ହୋଇଥିଲା, ଯେଉଁଥିରେ ୫୦ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା।
ଅଧିକ ପଢ଼ନ୍ତୁ: ରାସନ କାର୍ଡ ନେଇଥିବା ଆୟକରଦାତାଙ୍କୁ ବାଦ୍ ଦିଆଯିବ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
Follow Us