ଜଷ୍ଟିସ୍‌ ଗୱାଇ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ: ମେ ୧୪ରୁ ଦାୟିତ୍ବ ଗ୍ରହଣ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଭୂଷଣ ରାମକୃଷ୍ଣ ଗୱାଇଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ୨୦୨୫ ମେ ୧୪ ତାରିଖରୁ ଜଷ୍ଟିସ୍‌ ଗୱାଇ ଦେଶର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।

sddxcxc

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଭୂଷଣ ରାମକୃଷ୍ଣ ଗୱାଇଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ୨୦୨୫ ମେ ୧୪ ତାରିଖରୁ ଜଷ୍ଟିସ୍‌ ଗୱାଇ ଦେଶର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‌ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି। ଜଷ୍ଟିସ୍‌ ଗୱାଇ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ସେ ମଧ୍ୟ ଏସ୍‌ସି (ଅନୁସୂଚିତ ଜାତି) ସମ୍ପ୍ରଦାୟରୁ ଦ୍ବିତୀୟ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଏସ୍‌ସି ସମ୍ପ୍ରଦାୟର ପ୍ରଥମ 

ପ୍ରଧାନ ବିଚାରପତି ଥିଲେ ଜଷ୍ଟିସ୍‌ କେଜି ବାଲକ୍ରିଷ୍ଣନ। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଆସନ୍ତା ମେ ୧୩ ତାରିଖରେ ଅବସର ନେବା ପରେ ଜଷ୍ଟିସ୍‌ ଗୱାଇ ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କ‌ରିବେ। ପ୍ରୋଟୋକଲ୍‌ ଅନୁଯାୟୀ ପ୍ରଧାନ ବିଚାରପତି ଖାନ୍ନା ଗତ ଏପ୍ରିଲ ୨୬ ତାରିଖରେ ଜଷ୍ଟିସ୍‌ ଗୱାଇଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ସିଜେଆଇ ଖାନ୍ନାଙ୍କ ପରେ ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠତମ ବିଚାରପତି ଗୱାଇଙ୍କ କାର୍ଯ୍ୟକାଳ ମାତ୍ର ୬ ମାସ ରହିବ। ଡିସେମ୍ବର ୨୩ ତାରିଖରେ ସେ କାର୍ଯ୍ୟରୁ ଅବସର ନେବେ। ଜଷ୍ଟିସ୍‌ ବି ଆର୍‌ ଗୱାଇ ମହାରାଷ୍ଟ୍ରର ଅମରାବତୀରେ ୧୯୬୦ ମସିହା ନଭେମ୍ବର ୨୪ରେ ଜନ୍ମ ହୋଇଥିଲେ। ୧୯୮୫ରେ ତାଙ୍କର ଆଇନଗତ କ୍ୟାରିୟର ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe