ଜଷ୍ଟିସ୍‌ ଗୱାଇ ପରବର୍ତ୍ତୀ ପ୍ରଧାନ ବିଚାରପତି

Advertisment

ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ବୁଧବାର ସୁପ୍ରିମ୍‌କୋର୍ଟର ବରିଷ୍ଠତମ ବିଚାରପତି  ଜଷ୍ଟିସ୍‌ ଭୂଷଣ ରାମକୃଷ୍ଣ ଗୱାଇଙ୍କ ନାମକୁ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିସ କରିଛନ୍ତି।

ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ବୁଧବାର ସୁପ୍ରିମ୍‌କୋର୍ଟର ବରିଷ୍ଠତମ ବିଚାରପତି  ଜଷ୍ଟିସ୍‌ ଭୂଷଣ ରାମକୃଷ୍ଣ ଗୱାଇଙ୍କ ନାମକୁ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିସ କରିଛନ୍ତି।

scssscc

Photograph: ( Hindustan Times)

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ବୁଧବାର ସୁପ୍ରିମ୍‌କୋର୍ଟର ବରିଷ୍ଠତମ ବିଚାରପତି  ଜଷ୍ଟିସ୍‌ ଭୂଷଣ ରାମକୃଷ୍ଣ ଗୱାଇଙ୍କ ନାମକୁ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିସ କରିଛନ୍ତି। ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ଗୱାଇ ମେ’ ୧୪ ତାରିଖରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।  ସିଜେଆଇ ଖାନ୍ନା ମେ’ ୧୩ ତାରିଖରେ ଅବସର ନେବେ। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅବସର ପରେ ୨୦୨୪ ନଭେମ୍ବରରେ ଜଷ୍ଟିସ୍‌ ଖାନ୍ନା ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ।  

୧୯୬୦ ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମ ହୋଇଥିବା‌ ଭୂଷଣ ରାମକୃଷ୍ଣ ଗୱାଇ ୧୯୮୫‌ରେ ଆଇନ କ୍ଷେତ୍ରରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।  ପ୍ରଥମେ ସେ ପୂର୍ବତନ ଆଡଭୋକେଟ ଜେନେରାଲ୍‌ ଏବଂ ହାଇକୋର୍ଟ ବିଚାରପତି ସ୍ବର୍ଗତ ରାଜା ଏସ୍‌ ଭୋସଲେଙ୍କ ସହ କାମ କରିଥିଲେ  ଏବଂ ୧୯୮୭ରେ ସେ ବମ୍ବେ ହାଇକୋର୍ଟରେ ସ୍ବାଧୀନ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ। ସାମ୍ବିଧାନିକ ଏବଂ ପ୍ରାଶାସନିକ ଆଇନ ଉପରେ ସେ ଫୋକସ୍‌ କରୁଥିଲେ। ୨୦୦୩ ନଭେମ୍ବର ୧୪‌ରେ ସେ ବ‌ମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତ ହେଲେ। ନଭେମ୍ବର ୧୨, ୨୦୦୫ରେ ସେ ସ୍ଥାୟୀ ବିଚାରପତି ହେଲେ। ୨୦୧୯ ମେ’ ୨୪ ତାରିଖରେ ତାଙ୍କର ସୁପ୍ରିମ୍‌କୋର୍ଟକୁ ପଦୋନ୍ନତି ହୋଇଥିଲା। ବିଭିନ୍ନ ଐତିହାସିକ ରାୟ ଦେଇଥିବା ଅନେକ ସୁପ୍ରିମ୍‌କୋର୍ଟ ଖଣ୍ଡପୀଠର ସେ ଅଂଶବିଶେଷ ହୋଇଛନ୍ତି। ଧାରା ୩୭୦, ନିର୍ବାଚନୀ ବଣ୍ଡ୍‌ ‌ଯୋଜନା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଥିବା ଖଣ୍ଡପୀଠରେ ଜଷ୍ଟିସ୍‌ ଗୱାଇ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe