ଅସ୍ଥାୟୀ ସିବିଆଇ ନିର୍ଦେଶକ ନିଯୁକ୍ତି ବିରୋଧରେ ଆଗତ ଆବେଦନ ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏନଭି ରମଣ

Advertisment
ଅସ୍ଥାୟୀ ସିବିଆଇ ନିର୍ଦେଶକ ନିଯୁକ୍ତି ବିରୋଧରେ ଆଗତ ଆବେଦନ ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏନଭି ରମଣ

ନୂଆଦିଲ୍ଲୀ: ଏମ୍‌ ନାଗେଶ୍ୱର ରାଓଙ୍କୁ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ର (ସିବିଆଇ) ଅସ୍ଥାୟୀ ମୁଖ୍ୟ ଭାବେ କରାଯାଇଥିବା ନିଯୁକ୍ତି ବିରୋଧରେ ଆଗତ ପିଟିସନ୍‌ର ଶୁଣାଣି କରିବା କାର୍ଯ୍ୟରୁ ଗୁରୁବାର ଦିନ ଜଷ୍ଟିସ୍‌ ଏନ୍‌ଭି ରମଣ ଓହରି ଯାଇଛନ୍ତି। ଏହି ମାମଲା ଶୁଣାଣିରୁ ରମଣଙ୍କୁ ମିଶାଇ ୩ ଜଣ ବିଚାପତି ଓହରି ଗଲେଣି।

ଜଷ୍ଟିସ୍‌ ରମଣ କହିଛନ୍ତି: ନାଗେଶ୍ୱର ରାଓ ମୋ ନିଜ ରାଜ୍ୟର ଲୋକ। ମୁଁ ତାଙ୍କ ଝିଅ ବାହାଘରକୁ ଯାଇଥିଲି।

ସିବିଆଇ ନିର୍ଦେଶକ ସଂକ୍ଷିପ୍ତ ତାଲିକା, ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯିବା ଉଚିତ ବୋଲି ଜଷ୍ଟିସ୍‌ ରମଣ କହିଛନ୍ତି।

ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏକେ ସିକ୍‌ରି ଏହି ମାମଲା ଶୁଣାଣିରୁ ଓହରି ଯାଇଥିଲେ।
କମନ୍‌ କଜ୍‌ ନାମକ ଏନ୍‌ଜିଓ ଏବଂ ସାମାଜିକକର୍ମୀ ଅଞ୍ଜଳି ଭରଦ୍ୱାଜ ଏହି ପିଟିସନ୍‌ ଦାଏର କରିଛନ୍ତି।

ଅକ୍ଟୋବର ମାସରେ ବର୍ମା ଏବଂ ତାଙ୍କ ଡେପୁଟିଙ୍କୁ ଛୁଟିରେ ପଠାଯିବା ପରେ ରାଓଙ୍କୁ ସିବିଆଇର କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ପୁଣି ବର୍ମା ବହିଷ୍କୃତ ହେବା ପରେ ରାଓଙ୍କୁ ସମ୍ପ୍ରତି ସିବିଆଇର ଅସ୍ଥାୟୀ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି।

ବର୍ମାଙ୍କର ଉତ୍ତରାଧିକାରୀ ଚୟନ କରିବା ପ୍ରକ୍ରିୟାର ସରକାର ଚାଲୁ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe