ସିବିଆଇ ଅନ୍ତରୀଣ ମୁଖ୍ୟଙ୍କ ଶୁଣାଣି ମାମଲା, ଓହରିଲେ ବିଚାରପତି ସିକ୍ରି

Advertisment
ସିବିଆଇ ଅନ୍ତରୀଣ ମୁଖ୍ୟଙ୍କ ଶୁଣାଣି ମାମଲା, ଓହରିଲେ ବିଚାରପତି ସିକ୍ରି

ନୂଆଦିଲ୍ଲୀ: ସିବିଆଇର ଅନ୍ତରୀଣ ମୁଖ୍ୟଭାବେ ଏମ. ନାଗେଶ୍ବର ରାଓଙ୍କ ନିଯୁକ୍ତି ପ୍ରସଙ୍ଗକୁ‌ ନେଇ ହୋଇଥିବା ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟର ବିଚାରପତି ଏ. କେ. ସିକ୍ରି ମଧ୍ୟ ଆଜି ଓହରି ଯାଇଛନ୍ତି। ପୂର୍ବରୁ ଏହି ମାମଲାର ଶୁଣାଣିରୁ ପ୍ରଧାନ ବିଚାରପତି ରଂଜନ ଗୋଗଇ ମଧ୍ୟ ଓହରି ଯାଇଥିଲେ। ଆଜି ଏହି ମାମଲାର ଶୁଣାଣି ଆରମ୍ଭ ହେବା ପେରେ ବିଚାରପତି ସିକ୍ରି ଏହି ମାମଲାରୁ ଓହରିଯିବା ନେଇ କହିଥିଲେ। ଏହାପରେ ଉକ୍ତ ମାମଲାର ଶୁଣାଣି ଅନ୍ୟ ଏକ ଖଣ୍ଡପୀଠରେ ଶୁକ୍ରବାର କରିବାକୁ ସ୍ଥିର କରାଯାଇଛି।

ଉଲ୍ଲେଖଯୋଗ୍ୟ, ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ପଦରୁ ବିଦା କରିବା ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିରେ ବିଚାରପତି ସିକ୍ରି ଜଣେ ସଦସ୍ୟ ରହିଥିଲେ। ଏନଜିଓ କମନ୍ କଜ୍ ପକ୍ଷରୁ ଏମ ନାଗେଶ୍ବର ରାଓଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ମାମଲା ରୁଜୂ ହୋଇଛି। ମାମଲାର ଶୁଣାଣି ଆରମ୍ଭ ହେବା ମାତ୍ରେ ବରିଷ୍ଠ ଆଇନଜୀବୀ ଦ୍ୟୁଷନ୍ତ ଡାଭେଙ୍କୁ ବିଚାରପତି ସିକ୍ରି କହିଥିଲେ ସେ ଏହି ମାମଲାର ବିଚାର କରିବାକୁ ଚାହୁନାହାନ୍ତି। ତେଣୁ ସେ ଏହି ମାମଲାର ଶୁଣାଣିରୁ ଓହରି ଯାଉଛନ୍ତି। ନୂଆ ସିବିଆଇ ମୁଖ୍ୟ ଚୟନ ପାଇଁ ଯେଉଁ କମିଟି ହେବ ତାହାର ସେ ସଦସ୍ୟ ରହିବେ ବୋଲି ଦର୍ଶାଇ ପ୍ରଧାନ ବିଚାରପତି ରଂଜନ ଗୋ‌ଗଇ ଏହି ମାମଲାରୁ ଓହରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe