ପ୍ରଥମ ଲୋକପାଳ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ

Advertisment
ପ୍ରଥମ ଲୋକପାଳ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକପାଳ ଚୟନ କମିଟି ନିକଟରେ ପୂର୍ବତନ ସୁପ୍ରିମ୍‌ କୋର୍ଟ ବିଚାରପତି ପିନାକୀ ଚନ୍ଦ୍ର ଘୋଷଙ୍କୁ ଦେଶର ପ୍ରଥମ ଲୋକପାଳ ଭାବେ ନୁଯୁକ୍ତି ଦେଇଛନ୍ତି ବୋଲି ସୂଚନା ରହିଛି। ପିନାକୀ ଚନ୍ଦ୍ର ଘୋଷଙ୍କୁ ଲୋକପାଳର ଅଧ୍ୟକ୍ଷ ବୋଲି ସୋମବାର ଘୋଷଣା କରାଯିବାର ସୂଚନା ରହିଛି। ୨୦୧୭ ମସିହା ମେ ମାସରୁ ଅବସର ଗ୍ରହଣ କରିଥିବା ଜଷ୍ଟିସ୍‌ ଘୋଷ ବର୍ତ୍ତମାନ ନେସ୍‌ନାଲ୍‌ ହ୍ୟୁମାନ ରାଇଟ୍‌ସ କମିସନ(ଏନ୍‌ଏଚ୍‌ଆର୍‌ସି)ର ସଦସ୍ୟ ଅଛନ୍ତି।

ମାର୍ଚ ୭ ତାରିଖରେ ସୁପ୍ରିମ୍‌ କୋର୍ଟ ମୋଦି ସରକାରଙ୍କୁ ୧୦ ଦିନ ଭିତରେ ଲୋକପାଳ ନିର୍ବାଚନ ପାଇଁ କମିଟି ଗଠନ କରିବାର ସାମ୍ଭବ୍ୟ ତାରିଖ କହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧ୍ୟକ୍ଷ ଭାବେ ଜଷ୍ଟିସ୍‌ ଘୋଷଙ୍କୁ ନିଯୁକ୍ତି ମିଳିବା ସହ ଲୋକପାଳ ନିଯକ୍ତିରେ ଅନ୍ୟ ୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ତେବେ, ଏହି ଲୋକପାଳ ନିଯୁକ୍ତି ବୈଠକକୁ ବର୍ଜନ କରିଛନ୍ତି ଚୟନ କମିଟିର ଅନତମ ସଦସ୍ୟ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖର୍ଗେ। ସେ ଚୟନ କମିଟିର ଜଣେ ସଦସ୍ୟ ଥିବା ସତ୍ୱେ ବୈଠକରେ ଅନୁପସ୍ଥିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe