ଜଷ୍ଟିସ୍ ସଂଜୀବ ଖାନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି

ସୁପ୍ରିମ୍‌କୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ  କରିବାକୁ  ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।

gjdggjdgjd

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ  କରିବାକୁ  ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ନଭେମ୍ବର ୧୦ତାରିଖରେ ସେ ପଦରୁ ଅବସର ନେଉଥିବାରୁ ଜଷ୍ଟିସ୍ ଖାନ୍ନା ତାଙ୍କର ଉତ୍ତରାଧିକାରୀ ହେବେ। ସରକାରଙ୍କ ଅନୁମୋଦନ ପରେ ଜଷ୍ଟିସ୍ ଖାନ୍ନା ଭାରତର ୫୧ତମ ପ୍ରଧାନ ବିଚାରପତି ହେବେ। ୨୦୨୫ ମେ ୧୩ ତାରିଖରେ ଅବସର ନେବା ପର୍ଯ୍ୟନ୍ତ ସେ ୬ ମାସ ଏହି ପଦରେ କାର୍ଯ୍ୟ କରିବେ।

ପରମ୍ପରା ଅନୁସାରେ ଅବସର ନେବାକୁ ଯାଉଥିବା ପ୍ରଧାନ ବିଚାରପତି ଦ୍ୱିତୀୟ ସର୍ବାଧିକ ବରିଷ୍ଠ ବିଚାରପତିଙ୍କୁ ଉତ୍ତରାଧିକାରୀ ଭାବେ ମନୋନୀତ କରନ୍ତି। ଏହାପରେ କେନ୍ଦ୍ର ସରକାର ଏହି ସୁପାରିସକୁ ଅନୁମୋଦନ କରନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ୨୦୨୨ ନଭେମ୍ବର ୯ରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସୁପ୍ରିମ୍‌କୋର୍ଟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ନେଇଥାନ୍ତି। ୧୯୬୦ ମସିହା ମେ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଖାନ୍ନା ୧୯୮୩ ମସିହାରେ ଦିଲ୍ଲୀ ବାର୍ କାଉନସିଲରେ ଓକିଲ ଭାବରେ ନାମ ପଞ୍ଜୀକରଣ କରିଥିଲେ ଏବଂ ପ୍ରଥମେ ତିସ୍‌ହଜାରୀ କମ୍ପ୍ଲେକ୍ସର ଜିଲ୍ଲା ଅଦାଲତରେ ଓ ପରେ ଦିଲ୍ଲୀ ହାଇକୋର୍ଟ ତଥା ଟ୍ରିବ୍ୟୁନାଲରେ ଅଭ୍ୟାସ କରିଥିଲେ। ୨୦୦୫ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଥିଲା ଏବଂ ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଜଷ୍ଟିସ୍ ଖାନ୍ନା ୨୦୧୯ ଜାନୁଆରି ୧୮ରେ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe