ନଭେମ୍ବର ୧୧ରେ ଶପଥ ନେବେ ଦେଶର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ହେବେ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି। ସେ ହେବେ ଦେଶର ୫୧ତମ ପ୍ରଧାନ ବିଚାରପତି । ନଭେମ୍ବର ୧୧ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
cji

ନୂଆଦିଲ୍ଲୀ: ଜଷ୍ଟିସ୍ ସଞ୍ଜୀବ ଖାନ୍ନା ହେବେ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି। ସେ ହେବେ ଦେଶର ୫୧ତମ ପ୍ରଧାନ ବିଚାରପତି । ନଭେମ୍ବର ୧୧ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ।  ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ଘୋଷଣା କରିଛନ୍ତି।

ବର୍ତ୍ତମାନର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିସ କରିଥିଲେ। ସରକାର ବିଦାୟୀ ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖି ମେମୋରେଣ୍ଡମ୍ ଅଫ୍ ପ୍ରୋସିଜର ଅନୁଯାୟୀ ତାଙ୍କ ସୁପାରିସ ପଠାଇବାକୁ କହିଥିଲେ। ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସୁପାରିଶକୁ ଗ୍ରହଣ କରି ଭାରତର ରାଷ୍ଟ୍ରପତି ଜଷ୍ଟିସ ଖାନ୍ନାଙ୍କୁ  ନୂଆ ପ୍ରଧାନ ବିଚାରପତି ନିଯୁକ୍ତ କରିଛନ୍ତି ।

ବର୍ତ୍ତମାନର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଦୁଇ ବର୍ଷର କାର୍ଯ୍ୟକାଳ ପରେ ନଭେମ୍ବର ୧୦ରେ ଅବସର ନେଉଛନ୍ତି। ସେ ୮ ନଭେମ୍ବର, ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତେବେ ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ୬ ମାସ ରହିବ । ସେ ୧୩ ମଇ, ୨୦୨୫ରେ ଅବସର ଗ୍ରହଣ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe