ନ୍ୟାୟ ପ୍ରତିଶୋଧର ରୂପ ନେବା ଉଚିତ ନୁହେଁ: ପ୍ରଧାନ ବିଚାରପତି

Advertisment
ନ୍ୟାୟ ପ୍ରତିଶୋଧର ରୂପ ନେବା ଉଚିତ ନୁହେଁ: ପ୍ରଧାନ ବିଚାରପତି

The Hindu

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଜଣେ ୨୬ ବର୍ଷୀୟା ପ୍ରାଣୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟରରେ ନିପାତ କରିବାକୁ ନେଇ ସରଗରମ ଚର୍ଚ୍ଚା ଚାଲିଛି। ଏକ ବଡ଼ ଗୋଷ୍ଠୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରୁଥିବା ବେଳେ ଅନ୍ୟମାନେ ପୁଲିସର ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲାରେ ଆଜି ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ତାଙ୍କର ମତ ରଖିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଯଦି ନ୍ୟାୟ ପ୍ରତିଶୋଧ ଭାବନାରେ କରାଯିବ, ତା’ହେଲେ ନ୍ୟାୟ ତା’ର ଚରିତ୍ର ହରାଇବ। ପ୍ରତିଶୋଧ ଭାବନାରେ ହେଉଥିବା ନ୍ୟାୟକୁ ନ୍ୟାୟ ବୋଲି କୁହାଯାଇ ପାରିବ ନାହିଁ। ନ୍ୟାୟ କେବେହେଲେ ତତ୍‌କ୍ଷଣାତ ହୋଇପାରିବ ନାହିଁ। ରାଜସ୍ଥାନ ହାଇକୋର୍ଟର ନୂତନ ଭବନ ଉଦ୍‌ଘାଟନ ଉତ୍ସବରେ ପ୍ରଧାନ ବିଚାରପତି ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ନେଇ ଏଭଳି ମତ ରଖିବା ବେଳେ ଏହି ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନ ବିଚାରପତି କହିଥିଲେ ଯେ ନ୍ୟାୟିକ ପ୍ରକ୍ରିୟା ତ୍ବରାନ୍ବିତ ହେବା ସହିତ ଏଭଳି ଘଟଣାକୁ ରୋକିବା ଦିଗରେ ମଧ୍ୟ ବ୍ୟାପକ ଉଦ୍ୟମ ହେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe