ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ୍ ଶରଣଙ୍କୁ ସର୍ଟଲିଷ୍ଟ କରାଯାଇଛି। ସେହିପରି ମାଡ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଗୁଜରାଟ ଓ ମଧ୍ୟ ପ୍ରଦେଶ ହାଇକୋର୍ଟର ଜଣେ ଲେଖାଏଁ ବିଚାରପତିଙ୍କ ନାମ ମଧ୍ୟ ସୁପ୍ରିମ୍କୋର୍ଟ କଲେଜିୟମ୍ ଦ୍ୱାରା ସର୍ଟଲିଷ୍ଟ କରାଯାଇଛି। ଆସନ୍ତା ଗୁରୁବାର କଲେଜିୟମ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସର୍ଟଲିଷ୍ଟ କରାଯାଇଥିବା ବିଚାରପତିଙ୍କ ନାମ ଉପରେ ଚର୍ଚ୍ଚା କରାଯିବ। ଏହାପରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ। ଉଲ୍ଲେଖଯୋଗ୍ୟ, ସୁପ୍ରିମ୍କୋର୍ଟରେ ଏବେ ୯ଟି ବିଚାରପତି ପଦବି ଖାଲି ପଡ଼ିଛି।
ସୁପ୍ରିମ୍କୋର୍ଟ ଯିବେ ଜଷ୍ଟିସ ବିନୀତ ଶରଣ!
Advertisment
Follow Us