ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁଗମ ଓ ବ୍ୟବହାର ଅନୁକୂଳ କରିବା ପାଇଁ ଆରମ୍ଭ ହୋଇଛି ୫ଟି ନୂତନ ସେବା

ଦିଲ୍ଲୀ ହାଇକୋର୍ଟ ଗୁରୁବାର ପାଞ୍ଚଟି ନୂତନ ସେବା ଆରମ୍ଭ କରିଛି।  ଦାବି କରାଯାଉଛି ଯେ ଏହା କୋର୍ଟର ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ସହିତ କାଗଜର ଅନାବଶ୍ୟକ ଅପଚୟକୁ ହ୍ରାସ କରିବ। 

New Project (15)

ନୂଆଦିଲ୍ଲୀ: ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ବ୍ୟବହାର ଅନୁକୂଳ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ପାଞ୍ଚଟି ନୂତନ ସେବା ଆରମ୍ଭ କରିଛି।  ଦାବି କରାଯାଉଛି ଯେ ଏହା କୋର୍ଟର ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ସହିତ କାଗଜର ଅନାବଶ୍ୟକ ଅପଚୟକୁ ହ୍ରାସ କରିବ। 

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିକ୍ରମ ସେଠ୍, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କ ଉପସ୍ଥିତିରେ ଏହି ପାଞ୍ଚଟି ନୂତନ ସେବା  ଆରମ୍ଭ କରାଯାଇଛି।

ଏହି ସେବାଗୁଡ଼ିକ ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ମୋବାଇଲ୍ ଆପ୍, ନ୍ୟାୟିକ ଅଧିକାରୀଙ୍କ ପାଇଁ ଇ-ଏଚ୍ଆରଏମଏସ୍ ପୋର୍ଟାଲ୍, ଏମସିଡି ଆପିଲେଟ୍ ଟ୍ରିବ୍ୟୁନାଲ୍ ଏବଂ ଜେଜେବିର ଇ-କୋର୍ଟରେ ଅନ-ବୋର୍ଡିଂ, ନ୍ୟାୟିକ ରେକର୍ଡର ଡିଜିଟାଲ୍ ସଂରକ୍ଷଣ ଏବଂ ଇ-ଅଫିସ ଅର୍ନ୍ତଭୁକ୍ତ ରହିଛି। ଯାହାକୁ ନିକଟରେ  ଉଦଘାଟନ କରାଯାଇଛି।

ଦିଲ୍ଲୀ ହାଇକୋର୍ଟର ଆଇଟି ଏବଂ ଆକ୍ସେସିବିଲିଟି କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ପ୍ରତିଭା ଏମ୍. ସିଂହ ଏହି ସେବାଗୁଡ଼ିକର ଉପଯୋଗିତା ଏବଂ ଲାଭ ବିଷୟରେ ବ୍ୟାଖ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe