କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ; କଲେ ଘୋଷଣା

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ସେ ଏହାକୁ ନେଇ ଘୋଷଣା କରି ସାରିଛନ୍ତି। ବୁଧବାର ଦିନ ହେବାକୁ ଥିବା ବୈଠକରେ ପ୍ରଥମେ ଟ୍ରୁଡୋ ଲିବରଲ୍‌ ପାର୍ଟିର ନେତା ଭାବେ ଇସ୍ତଫା ପ୍ରଦାନ କରିବେ। 

ଟ୍ରୁଡୋ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ସେ ଏହାକୁ ନେଇ ଘୋଷଣା କରି ସାରିଛନ୍ତି। ଦ ଗ୍ଲୋବ୍‌ ଆଣ୍ଡ୍‌ ମେଲ୍‌ର ରିପୋର୍ଟ ମୁତାବକ, ବୁଧବାର ଦିନ ହେବାକୁ ଥିବା ବୈଠକରେ ପ୍ରଥମେ ଟ୍ରୁଡୋ ଲିବରଲ୍‌ ପାର୍ଟିର ନେତା ଭାବେ ଇସ୍ତଫା ପ୍ରଦାନ କରିବେ। 

ଦଳ ସହ ଜଡ଼ିତ ସୂତ୍ରରୁ ଜଣାପଡ଼ିଛି ଯେ ବୈଠକରେ ଟ୍ରୁଡୋଙ୍କୁ ବିଦ୍ରୋହୀଙ୍କ ସାମ୍ନା କରିବାକୁ ପଡ଼ିପାରେ। ସେଥିପାଇଁ ସେ ତାହା ପୂର୍ବରୁ ହିଁ ଇସ୍ତଫା ଦେବା କଥା ଚିନ୍ତା କରିଛନ୍ତି। ଯେପରି କାହାକୁ ଅନୁଭବ ନହୁଏ ଯେ ତାଙ୍କୁ ତାଙ୍କ ଦଳୀୟ ସଦସ୍ୟ ବାହାର କରିଦେଇଛନ୍ତି। ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ ଟ୍ରୁଡୋ ତୁରନ୍ତ ପଦରୁ ଇସ୍ତଫା ଦେବେ ନା ନୂଆ ନେତା ଚୟନ ପର୍ଯ୍ୟନ୍ତ ଅପେକ୍ଷା କରିବେ। 

ଉଲ୍ଲେଖଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚିତ ହେବା ପରେ ଟ୍ରୁଡୋଙ୍କ ଓଲଟା ଗଣତି ଆରମ୍ଭ ହୋଇଛି। ଟ୍ରମ୍ପ୍‌ ତାଙ୍କୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି। ଏଲନ ମସ୍କ ଟ୍ରମ୍ପ୍‌ ଜିତୁ ଜିତୁ ଏକଥା କହି ଦେଇଥିଲେ ଯେ ଏବେ ଟ୍ରୁଡୋଙ୍କ ଖରାପ ବେଳ ଆସିଲା ବୋଲି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe