ଉତ୍ତରପ୍ରଦେଶରେ ଆଲୋଡ଼ନ : ନାବାଳିକା ଗଣଦୁଷ୍କର୍ମ ପୀଡ଼ିତା ବିଷପିଇ ଆତ୍ମହତ୍ୟା କଲେ

Advertisment

ଜଣେ ଅଭିଯୁକ୍ତ ପୁଲିସ ଗୁଳିରେ ଆହତ

ଜଣେ ଅଭିଯୁକ୍ତ ପୁଲିସ ଗୁଳିରେ ଆହତ

ଉତ୍ତରପ୍ରଦେଶରେ ଆଲୋଡ଼ନ : ନାବାଳିକା ଗଣଦୁଷ୍କର୍ମ ପୀଡ଼ିତା ବିଷପିଇ ଆତ୍ମହତ୍ୟା କଲେ

ମିରଟ୍‌/ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମିରଟ୍‌ରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ଦଶମ ଶ୍ରେଣୀ ଛାତ୍ରୀ। ୪ ଜଣଙ୍କ ଦ୍ବାରା ସେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ମାମଲାରେ ୨ ଜଣଙ୍କୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଥିବାବେଳେ ଅନ୍ୟ ୨ ଜଣ ଖସି ପଳାଇଛନ୍ତି। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ଶନିବାର ଦିନ ପୁଲିସ କୋର୍ଟକୁ ହାଜର ପାଇଁ ନେଉଥିବା ବେଳେ ସେମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ୨ ଅଭିଯୁକ୍ତ ଲଖନ ଏବଂ ବିକାଶ ଶନିବାର ସକାଳେ ଗିରଫ ହୋଇଥିଲେ। ସେମାନଙ୍କୁ କୋର୍ଟ ନେବା ବାଟରେ ଲଖନ ଜଣେ ପୁଲିସ ହାତରୁ ପିସ୍ତଲ ଛଡ଼ାଇ ନେଇ ଗୁଳି କରିଥିଲା। ଏହାପରେ ଦୁଇ ଅଭିଯୁକ୍ତ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ପୁଲିସ ଲଖନ୍‌ ଗୋଡ଼କୁ ଗୁଳି ମାରିବାରୁ ସେ ତଳେ ପଡ଼ିଯାଇଥିଲା। ଉଭୟଙ୍କୁ ପୁଲିସ ପୁଣି ନିଜ ହେପାଜତକୁ ନେଇଛି। ଲଖନ ଏବେ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛି।

ଉଲ୍ଲେଖଯୋଗ୍ୟ ନାବାଳିକା ଜଣକ ଗତ ଗୁରୁବାର ଅପରାହ୍ନରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ଏହାପରେ ଘରକୁ ଆସି ବିଷ ପିଇ ଦେଇଥିଲେ। ସଙ୍କଟାପନ୍ନ ସ୍ଥିତିରେ ସେ ବାପା ମା’ଙ୍କୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ କହିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ କିଛି ସମୟ ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe