ନାବାଳିକାଙ୍କ ଯୌନ ନିର୍ଯାତନା ମାମଲା: ବମ୍ବେ ଅଦାଲତ ରାୟ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌ କୋର୍ଟ

ମରାଠା ସଂପ୍ରଦାୟଙ୍କୁ ସଂରକ୍ଷଣ ବ୍ୟବସ୍ଥା ରାୟରେ ଓଡ଼ିଶାର ୨ଟି ପ୍ରସଙ୍ଗ ଉଲ୍ଲେଖ

Lokmat

ନୂଆଦିଲ୍ଲୀ: କୌଣସି ନାବାଳିକାର ବସ୍ତ୍ର ନଫିଟାଇ ଏବଂ ଚର୍ମଘର୍ଷଣ ବିନା ଶରୀରରେ କେବଳ ହସ୍ତ ସଂଚାଳନକୁ ଯୌନ ନିର୍ଯାତନା କୁହାଯାଇ ପାରିବ ନାହିଁ ବୋଲି ମୁମ୍ବାଇ ହାଇକୋର୍ଟ ଦେଇଥିବା ଏକ ରାୟ ଉପରେ ଆଜି ସୁପ୍ରିମ୍‌କୋର୍ଟ ରୋକ୍‌ ଲଗାଇଛନ୍ତି। ଗତ ସପ୍ତାହରେ ମୁମ୍ବାଇ ହାଇକୋର୍ଟ ପ୍ରଦତ୍ତ ଏଭଳି ରାୟକୁ କେନ୍ଦ୍ର କରି ନାନା ବିତର୍କ ଓ ଅଶାନ୍ତି ଜାରି ରହିଥିବା ବେଳେ ତାହାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ସହ ଏହା ବିରୋଧରେ ଆବେଦନ କରିବା ଲାଗି ଆଟର୍ଣ୍ଣି ଜେନେରାଲ କେ ବେଣୁଗୋପାଳଙ୍କୁ ଅନୁମତି ଦେଇଛନ୍ତି। ତେବେ ଏଭଳି ରାୟ ଭୀଷଣ ଅଶାନ୍ତିସୃଷ୍ଟିକାରୀ ଓ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବ ବୋଲି ବେଣୁଗୋପାଳ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe