ନୂଆଦିଲ୍ଲୀ: ଯେତେବେଳେ ପହଲଗାମ୍ ଆକ୍ରମଣର ବଦଲା ନେବାକୁ ଭାରତର ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରାଗଲା ଆଉ ପାକିସ୍ତାନକୁ ପାନେ ଦେବାକୁ ପାକର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଗଲା । ଆଉ ପାକିସ୍ତାନ ପଟୁ ହେଉଥିବା ଆକ୍ରମଣକୁ ପଣ୍ଡ କରି ଯେତେବେଳେ ନାଗରିକଙ୍କ ସୁରକ୍ଷା ପାଇଁ ବ୍ଲାକ ଆଉଟ୍ ଭଳି ପନ୍ଥା ଆପଣା ଯାଉଥିଲା ଠିକ୍ ସେତେବେଳେ ଏ ଗଦ୍ଦାର... ଏ ବେଇମାନ... ଏ ଦେଶଦ୍ରୋହୀ ଜ୍ୟୋତି ମଲହୋତ୍ରା ପାକିସ୍ତାନ ସହ ସମ୍ପର୍କରେ ଥିଲେ... ଆଉ ଶତ୍ରୁ ଦେଶକୁ ଭାରତରେ ଘଟୁଥିବା ଘଟଣାର ଅପଡେଟ୍ ଦେଉଥିଲେ...
କେତେବେଳେ ସାଇରନ ବାଜିଲା, କେତେବେଳେ କେଉଁଠି ବ୍ଲାକ ଆଉଟ୍ ହେଲା ସବୁ ତଥ୍ୟ ପାକିସ୍ତାନୀ ଆଇଏସଆଇ ଏଜେଣ୍ଟଙ୍କୁ ଦେଉଥିଲେ ଜ୍ୟୋତି । ସୀମାବର୍ତ୍ତୀ ଅଞ୍ଚଳରେ ସାଇରନ୍ ବାଜିବା ଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ବ୍ଲାକଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରିଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧୀରେଧୀରେ ଜ୍ୟୋତିଙ୍କ ସବୁ ହରକତ୍ ଧରାପଡ଼ୁଛି ।
ଅଧିକ ପଢନ୍ତୁ:
ଫରେନ୍ସିକ୍ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚ ବେଳେ ଜଣାପଡିଛି । ଜ୍ୟୋତି ବି ମାନିଛନ୍ତି ସେ ଭାରତରେ ଥିବା ପାକ୍ ଦୂତାବାସ କର୍ମଚାରୀଙ୍କ ସହ ଲିଙ୍କରେ ଥିଲେ ବୋଲି । ପାକିସ୍ତାନରୁ ଜ୍ୟୋତିଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିବା ନେଇ ଅଭିଯୋଗ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ତଦନ୍ତ କରାଯାଉଛି । ଯାହା ଜ୍ୟୋତିଙ୍କ ଗୁମର ଫିଟାଇବାରେ ସହାୟକ ହୋଇପାରେ ।
ଅଧିକ ପଢନ୍ତୁ:
ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କଲେ ଜ୍ୟୋତି ମାଲହୋତ୍ରା