ସୁନ୍ଦରୀ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ବିବାହିତ ନା ଅବିବାହିତ ? ଗୁଗୁଲରେ ଜ୍ୟୋତିଙ୍କ ବାବଦରେ ଏସବୁ ଖୋଜୁଛନ୍ତି ଲୋକେ...

jyoti husband

Photograph: (sambad.in)

ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାକୁ ନେଇ ଏବେ ସବୁଠି ଚର୍ଚ୍ଚା । କେମିତି ସେ ପାକିସ୍ତାନ ସହ ଲିଙ୍କରେ ଆସିଲେ ଆଉ ଭାରତରେ ରହି କେମିତି ସେ ଦେଶଦ୍ରୋହୀ ସାଜିଲେ । ପହଲଗାମ୍ ହମଲା ପରେ ପରେ ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନୀ ଲିଙ୍କ ଧରାପଡିବା ଏବଂ ତାଙ୍କୁ ଗିରଫ କରିବା ପରେ ଗଣମାଧ୍ୟମ କୁହନ୍ତୁ କି ସୋସିଆଲ ମିଡିଆ, ଚା ଖଟିରେ କୁହନ୍ତୁ କି ବସଷ୍ଟପରେ ଅବା ଛକ ବଜାରରେ ଏବେ କେବଳ ଜ୍ୟୋତି... ଜ୍ୟୋତି... ଆଉ କେବଳ ଜ୍ୟୋତିଙ୍କୁ ନେଇ ଚର୍ଚ୍ଚା । 

ତେବେ ଜ୍ୟୋତିଙ୍କୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଥିବା ବେଳେ ଲୋକେ ଜ୍ୟୋତି ମାଲହୋତ୍ରାଙ୍କ ବାବଦରେ ରୋଚକ କଥା ଜାଣିବାକୁ ଚାହୁଁଛନ୍ତି ଆଉ ତାଙ୍କ ବାବଦରେ ଗୁଗୁଲରେ ସର୍ଚ୍ଚ କରୁଛନ୍ତି । ପ୍ରଥମେ ପ୍ରଥମେ ତାଙ୍କ ଇନଷ୍ଟାଗ୍ରାମରେ ବିଭିନ୍ନ ଭିଡିଓ ଦେଖୁଥିଲେ ମାତ୍ର ଜ୍ୟୋତି ମାଲହୋତ୍ରାଙ୍କ ଇନଷ୍ଟା ଆଜି ବନ୍ଦ କରି ଦିଆଯିବା ପରେ ଲୋକ ତାଙ୍କ ୟୁଟ୍ୟୁବ ଚେନାଲ ଟ୍ରାଭେଲ୍ ୱିଥ୍ ଜେଓ...କୁ ଖୋଜି ବିଭିନ୍ନ ଭିଡିଓ ଦେଖୁଛନ୍ତି ।

ସବୁଠାରୁ ମଜା କଥା କଣ ଜାଣନ୍ତି... ଲୋକେ ଗୁଗୁଲରେ ଜ୍ୟୋତି ମାଲହୋତ୍ରାଙ୍କ ବୟସ କେତେ... ? ଜ୍ୟୋତି ବିବାହିତ ନା ଅବିବାହିତ ? ଜ୍ୟୋତି ମାଲହୋତ୍ରାଙ୍କ ସ୍ବାମୀଙ୍କ ନାଁ କଣ, ତାଙ୍କ ସ୍ବାମୀ କିଏ ? ଜ୍ୟୋତି ମାଲହୋତ୍ରାଙ୍କ ଅସଲ ନାଁ କଣ ? ଏମିତି ଅନେକ ତଥ୍ୟ ଜାଣିବାକୁ ଲୋକେ ଚେଷ୍ଟା କରୁଥିବା ଗୁଗୁଲ ଟ୍ରେଣ୍ଡସରୁ ଜଣାପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe