ରାହୁଲଙ୍କୁ ଜ୍ୟୋତିରାଦିତ୍ୟଙ୍କ କଟାକ୍ଷ, ରାହୁଲଙ୍କ ଚିନ୍ତାଧାରା କେବଳ ମନ୍ତବ୍ୟରେ ସୀମିତ

Advertisment
ଆସନ୍ତା ୪ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟା ୨୦୦କୁ ବୃଦ୍ଧି ପାଇବ

Patrika

ନୂଆଦିଲ୍ଲୀ : ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ରାହୁଲଙ୍କ ଚିନ୍ତାଧାରା କେବଳ ମନ୍ତବ୍ୟ ଭିତରେ ସୀମିତ , ଅନ୍ୟପ‌କ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିକାଶ ଏବଂ ସୁରକ୍ଷା ପାଇଁ ଅହରହ ଚିନ୍ତା କରୁଛନ୍ତି ବୋଲି ଜ୍ୟୋତିରାଦିତ୍ୟ କହିଛନ୍ତି। ରାହୁଲ ଅଭିଯୋଗ କରିଥିଲେ ଯେ, ବିମୁଦ୍ରୀକରଣ ଯୋଗୁଁ ଅର୍ଥବ୍ୟବସ୍ଥା ନଷ୍ଟ ହୋଇଯାଇଛି। ଏହାର ଜବାବ ରଖି ଜ୍ୟୋତିରାଦିତ୍ୟ ନିକଟରେ ଗଣମାଧ୍ୟମକୁ କହିଛନ୍ତି ମହାମାରୀ ସମୟରେ ଦେଶର ଜନତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସୁରକ୍ଷାର ବାତାବରଣ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ହସ୍ପିଟାଲ୍‌ରେ ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଏବଂ ସମସ୍ତ ଉନ୍ନତ ମାନର ଔଷଧ ଉପଲବ୍ଧ କରାଉଛନ୍ତି। ଏହାଦ୍ବାରା ଲୋକଙ୍କ ଜୀବନରକ୍ଷା ହେଉଛି। ରାହୁଲଙ୍କ ନାମ ନନେଇ ଜ୍ୟୋତିରାଦିତ୍ୟ କହିଥିଲେ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ବିକାଶ ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରୁଥିବାବେଳେ ଅନ୍ୟପଟେ କିଛି ଲୋକ କେବଳ ମନ୍ତବ୍ୟ ଭିତରେ ସୀମିତ ରହି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe