ଦ୍ୱିତୀୟ ବାର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କେ ଚନ୍ଦ୍ରଶେଖର ରାଓ

Advertisment
ଦ୍ୱିତୀୟ ବାର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କେ ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ: ଗୁରୁବାର ଦିନ ନିର୍ଦ୍ଧାରିତ ‘ମାହେନ୍ଦ୍ର ବେଳା’ରେ ତେଲେଙ୍ଗାନା ରାଷ୍ଟ୍ର ସମିତିର (ଟିଆର୍‌ଏସ୍‌) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଦ୍ୱିତୀୟ ବାର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଭୋଙ୍ଗିର ଜିଲ୍ଲାର ଯାଦଗିରି ଠାରେ ଥିବା ପ୍ରଭୁ ଲକ୍ଷ୍ମୀନରସିଂହ ସ୍ୱାମୀ ମନ୍ଦିରର ବୈଦିକ ପଣ୍ଡିତମାନେ ନିର୍ଦ୍ଧାରଣ କରିଥିବା ମାହେନ୍ଦ୍ର ବେଳା ଠିକ୍‌ ଦିବା ୧: ୨୫ ମିନିଟ୍‌ରେ କେସିଆର୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହମ୍‌ କେସିଆର୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ସହ ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅନ୍ୟ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ମହମଦ୍‌ ମହମୁଦ୍‌ ଅଲିଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି।

ମନ୍ଦିରର ମୁଖ୍ୟ ପୁରୋହିତ କହିଥିଲେ କି, ହିୁନ୍ଦୁ ପଞ୍ଜିକା ଅନୁସାରେ, ଗୁରୁବାର ଦିନ ମାର୍ଗଶୀର ଷଷ୍ଠୀର ଦିବା ୧:୨୪ ମିନିଟରୁ ମାହେନ୍ଦ୍ର ବେଳା ଆରମ୍ଭ ହୋଇ ଦେଢ଼ ଘଣ୍ଟାଯାଏଁ ରହିବ।

ଏହି ସମୟ କେସିଆର୍‌ଙ୍କ ପାଇଁ ‘ରାଜ ଯୋଗ’ ହେବ ବୋଲି ପୁରୋହିତ କହିଥିଲେ। ସେ ବିନା ବାଧାରେ ରାଜ୍ୟ ଶାସନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe