ଇଡିର ତୃତୀୟ ପର୍ଯ୍ୟାୟ ଜେରା ପୂର୍ବରୁ ସମସ୍ତ ଫୋନ୍‌କୁ ଦାଖଲ କଲେ ବିଆରଏସ୍‌ ନେତ୍ରୀ କେ କବିତା

Advertisment
ଇଡିର ତୃତୀୟ ପର୍ଯ୍ୟାୟ ଜେରା ପୂର୍ବରୁ ସମସ୍ତ ଫୋନ୍‌କୁ ଦାଖଲ କଲେ ବିଆରଏସ୍‌ ନେତ୍ରୀ କେ କବିତା

www.indiatoday.in

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ‌କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ ଏବଂ ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ଆଜି ତୃତୀୟ ପର୍ଯ୍ୟାୟ ଜେରା କରିବ। ଜେରା ଆଗରୁ ବ୍ୟବହାର କରୁଥିବା ସମସ୍ତ ଫୋନ୍‌କୁ ମଙ୍ଗଳବାର ଇଡିର ନୂଆଦିଲ୍ଳୀସ୍ଥିତ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି କେ କବିତା।

୪୪ ବର୍ଷୀୟା ଏହି ବିଆର୍‌ଏସ୍‌ ନେତ୍ରୀ ଜଣକ ଇଡି ଅଫିସରେ ପ୍ରବେଶ କରିବା ପୂର୍ବରୁ ମିଡିଆ ପ୍ରତିନିଧିମାନଙ୍କ ସାମ୍ନାରେ ଫୋନଗୁଡ଼ିକ ଏକ ଜରିରେ ରଖି ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା। କବିତା ଇଡି କାର୍ଯ୍ୟାଳୟରେ ଫୋନ୍‌ ସହ ଏକ ଚିଠି ମଧ୍ୟ ଦାଖଲ କରିଛନ୍ତି।

ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ଫୋନ୍‌ଗୁଡ଼ିକୁ ମୁଁ ଏଠାରେ ଜମା ଦେଉଛି। ଯଦିଓ ଜଣେ ମହିଳାଙ୍କର ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ କ୍ଷୁର୍ଣ୍ଣ କରିବାର ଆଇନଗତ ବ୍ୟବସ୍ଥା ଅଛି କି ନାହିଁ ତାହା ସ୍ପଷ୍ଟ ନୁହେଁ।

ଚଳିତବର୍ଷ ମାର୍ଚ ମାସ‌ରେ ମୋତେ ପ୍ରଥମ ଥର ଜେରା ପାଇଁ ଡକାଯାଇଥିଲା। ତେଣୁ ମୁଁ ବିଶ୍ୱାସ କରିବାବୁ ବାଧ୍ୟ ହେଉଛି ଯେ ୨୦୨୨ ମସିହା ନଭେମ୍ବରରେ ମୋ ବିରୋଧରେ ହୋଇଥିବା ଅଭିଯୋଗ କେବଳ ଅନୁଚିତ ନୁହେଁ, ବରଂ ଏହା ମଧ୍ୟ ବିଚାରଗତ ବିଭ୍ରାଟ ବୋଲି ସେ ଉଲ୍ଲେଖ କରିଛନ୍ତି।

ତାଙ୍କ ବିରୋଧରେ 'ମିଥ୍ୟା' ଅଭିଯୋଗ ଏକ ରାଜନୈତିକ ଅଳିଆ ଗଦାରେ ପରିଣତ ହୋଇଛି ବୋଲି କହିବା ସହ ତାଙ୍କ ରାଜନୈତିକ ଶତ୍ରୁମାନେ ତଥାକଥିତ ପ୍ରମାଣକୁ ନଷ୍ଟ କରିଥିବାର ଅଭିଯୋଗ ଆଣିଛନ୍ତି। ସେ ଆହୁରି ବି ଲେଖିଛନ୍ତି ଯେ, ଦୁର୍ଭାଗ୍ୟଜନକ ଯେ ଇଡି ପରି ଏକ ଏଜେନ୍ସି ଯାହା ରାଜନୈତିକ ସ୍ୱାର୍ଥର ଯଜ୍ଞରେ ନିରପେକ୍ଷ ତଦନ୍ତକୁ ବଳିଦାନ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe