କାବୁଲ : ଅଗଷ୍ଟ ୩୧ ତାରିଖରେ ଆମେରିକା ଉଦ୍ଧାର କାର୍ଯ୍ୟ ଶେଷ କରିବାପରେ ପ୍ରଥମ ଥର ପାଇଁ ଗତରାତିରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ିଛି। କାବୁଲ ବିମାନବନ୍ଦର ପୂର୍ବଭଳି କାର୍ଯ୍ୟକ୍ଷମ ହୋଇଛି। ଆମେରିକୀୟଙ୍କ ସମେତ ୨୦୦ ବିଦେଶୀଙ୍କୁ ଧରି କତାର ଏୟାର୍ୱେର ଏକ ବାଣିଜ୍ୟିକ ବିମାନ କାବୁଲ ବିମାନବନ୍ଦର ଛାଡ଼ିଛି। ରିପୋର୍ଟ ଅନୁଯାୟୀ ତାଲିବାନ ସରକାରର ସହଯୋଗ ଦ୍ବାରା କାବୁଲ ବିମାନବନ୍ଦରରୁ ବିମାନ ଉଡ଼ିଛି। କାବୁଲରେ ବାଣିଜ୍ୟିକ ବିମାନ ଉଡ଼ିବା ବିଦେଶ ନାଗରିକ ଏବଂ ଗ୍ରିନକାର୍ଡ୍ଧାରୀଙ୍କ ପାଇଁ ଏକ ଖୁସି ଖବର। କିନ୍ତୁ କେଉଁମାନଙ୍କୁ ଯିବାପାଇଁ ଅନୁମତି ମିଳୁଛି ତାହା ସ୍ପଷ୍ଟ ହୋଇନାହିଁ। ତାଲିବାନ ବାରମ୍ବାର କହିଛି ଯେ, କେବଳ ସଠିକ୍ କାଗଜପତ୍ର ଥିବା ବିଦେଶୀ ନାଗରିକମାନେ ଦେଶ ଛାଡ଼ିପାରିବେ। ଆମେରିକାରେ ୯/୧୧ ୱାର୍ଲଡ ଟ୍ରେଡ୍ ସେଣ୍ଟର ଆକ୍ରମଣକୁ ଆସନ୍ତାକାଲି ୨୦ ବର୍ଷ ପୂର୍ତ୍ତି ହେଉଥିବାରୁ ଏହି ଅବସରରେ ଆଫଗାନିସ୍ତାନରେ ଆମେରିକୀୟ ନାଗରିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।
ଖୋଲିଲା କାବୁଲ ବିମାନବନ୍ଦର, ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତିରେ ଆମେରିକୀୟଙ୍କୁ ଟାର୍ଗେଟ୍ ଆଶଙ୍କା
Advertisment
Follow Us