କାବୁଲ ମସଜିଦରେ ବିସ୍ଫୋରଣ, ୭ ମୃତ

Advertisment
କାବୁଲ ମସଜିଦରେ ବିସ୍ଫୋରଣ, ୭ ମୃତ

Reuters

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଶୁକ୍ରବାର ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ୱାଜିର ଆକବର ଖାନ୍‌ ଅଞ୍ଚଳରେ ଶୁକ୍ରବାର ପ୍ରାର୍ଥନା ପରେ ଲୋକମାନେ ମସଜିଦ ବାହାରକୁ ବାହାରିବା ସମୟରେ ବିସ୍ଫୋରଣ ହୋଇଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି ବୋଲି କାବୁଲ ପୁଲିସ ମୁଖପାତ୍ର ଖଲିଦ ଜଦରାନ କହିଛନ୍ତି। ଏହି ବିସ୍ଫୋରଣରେ ୪୧ ଜଣ ଆହତ ହୋଇଛନ୍ତି। ଆଜିର ଆକ୍ରମଣ ପଛରେ ଆଇଏସ୍‌ ଆତଙ୍କବାଦୀ ସଂଗଠନର ହାତ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe