ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ନେତା ତଥା ଉତ୍ତର ପୂର୍ବ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି।
ଉତ୍ତର ପୂର୍ବ ଦିଲ୍ଲୀର ଉସମାନପୁର ଅଞ୍ଚଳର କରତାର ନଗରରେ କହ୍ନେୟା କୁମାରଙ୍କୁ ମାଳ ପିନ୍ଧାଇବା ବାହାନାରେ ଆସିଥିବା ଏକ ଲୋକ ତାଙ୍କୁ ଚାପୁଡ଼ା ମାରିଥିଲା । ସେ କହ୍ନେୟା କୁମାରଙ୍କ ପାଖକୁ ଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ସମୟରେ ଆମ୍ ଆଦମୀ ପାର୍ଟିର ମହିଳା ପୌର କାଉନସିଲରଙ୍କୁ ମଧ୍ୟ ଅସଦାଚରଣ କରାଯାଇଥିଲା। ଏନେଇ ମହିଳା ପୌର କାଉନସିଲର ଥାନାରେ ଅଭିଯୋଗ କରିଛନ୍ତି।
ଏହି ଘଟଣାର ଭିଡିଓରେ ଦେଖିବାକୁ ମିଳୁଛି ଯେ କହ୍ନେୟା କୁମାର ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରୁ ବାହାରକୁ ଆସୁଥିଲେ, ଏହି ସମୟରେ କିଛି ଲୋକ ଫୁଲମାଳ ଧରି ଆସୁଛନ୍ତି। ସେମାନେ ମାଳ ପିନ୍ଧିବାକୁ ଯାଆନ୍ତି ଏବଂ ପିନ୍ଧାଇବା ପୂର୍ବରୁ କହ୍ନୈୟାଙ୍କୁ ଚାପୁଡ଼ା ମରାଯାଉଛି । ତେବେ ସେଠାରେ ଉପସ୍ଥିତ କହ୍ନେୟା କୁମାରଙ୍କ ସମର୍ଥକମାନେ ତୁରନ୍ତ ଯୁବକଙ୍କୁ ଧରିନେଇଥିଲେ ।
ଏହି ଘଟଣା ପାଇଁ କଂଗ୍ରେସ ପକ୍ଷରୁ ବିଜେପିକୁ ଦାୟୀ କରାଯାଇଛି । କଂଗ୍ରେସ ନେତ୍ରୀ ରିତୁ ଚୌଧୁରୀ କହିଛନ୍ତି ଯେ ବିଜେପି ନେତା ମନୋଜ ତିଓ୍ବାରି ଓ ତାଙ୍କ ଗୁଣ୍ଡାମାନେ ଏପରି କାଣ୍ଡ କରିଛନ୍ତି ।
Follow Us