ନୂଆଦିଲ୍ଲୀ : ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଜାରି ରହିଛି ବୋଲି ଆଜି ଲୋକସଭାରେ ବିଜେଡି ସଂସଦୀୟ ଦଳର ମୁଖପାତ୍ର କଳିକେଶ ନାରାୟଣ ସିଂହଦେଓ ଅଭିଯୋଗ କରିଛନ୍ତି। । କେନ୍ଦ୍ର ସରକାର ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବାପାଇଁ କହୁଥିବାବେଳେ ନିକଟରେ ଯେଉଁ ଏମ୍ଏସପିର ଦରବୃଦ୍ଧି ହୋଇଛି ତାଦ୍ୱାରା ଓଡ଼ିଶା ଚାଷୀଙ୍କୁ ଫାଇଦା ମିଳିବନାହିଁ ବୋଲି କଳିକେଶ କହିଥିଲେ। ଓଡ଼ିଶାରେ ଜୁନ୍ ଓ ଜୁଲାଇ ମାସରେ କମ୍ ବର୍ଷା ହୋଇଥିବା ବେଳେ ଆଗକୁ ଯେଉଁ ସ୍ଥିତି ଉପୁଯିବ ସେନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ କୌଣସି ଯୋଜନା ପ୍ରସ୍ତୁତ କରାଯାଇନଥିବା କଳିକେଶ କହିଛନ୍ତି। ପ୍ରଧାନମନ୍ତ୍ରୀ ଦ୍ୱିତୀୟ ସବୁଜ ବିପ୍ଳବ କଥା କହୁଥିବାବେଳେ ବର୍ତ୍ତମାନ ସୁଦ୍ଧା ପୂର୍ବ ଭାରତର ଚାଷୀମାନେ ଉପକୃତ ହୋଇପାରିନାହାନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଚ୍ଚାଇ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଜଳସେଚନ କାର୍ଯ୍ୟକ୍ରମ ପାଇଁ ୨୩୪୦ କୋଟି ଟଙ୍କାର ବ୍ୟବସ୍ଥା ଥିବାବେଳେ କେନ୍ଦ୍ର ସରକାର କେବଳ ୪୭ କୋଟି ଟଙ୍କା ମଂଜୁର କରିଛନ୍ତି। ଇତିମଧ୍ୟରେ ବଜେଟ୍ ଘୋଷଣାର ୪ ମାସ ବିତି ଯାଇଛି। ପାଣ୍ଠି ନମିଳିଲେ ଖର୍ଚ୍ଚ କେମିତି କରାଯିବ ବୋଲି କଳିକେଶ ପ୍ରଶ୍ନ କରିଥିଲେ।
କେନ୍ଦ୍ରର ବୈମାତୃକ ମନୋଭାବ ଜାରି ରହିଛି : ବିଜେଡି
Advertisment
Follow Us