ଆଜି କଳ୍ପନା ଚାଓ୍ଵାଲାଙ୍କ ଶ୍ରାଦ୍ଧବାର୍ଷିକୀ: ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣାଅଜଣା କଥା

Advertisment
ଆଜି କଳ୍ପନା ଚାଓ୍ଵାଲାଙ୍କ ଶ୍ରାଦ୍ଧବାର୍ଷିକୀ: ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣାଅଜଣା କଥା

ନୂଆଦିଲ୍ଲୀ: ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା କଳ୍ପନା ଚାଓ୍ଵାଲାଙ୍କ ମୃତ୍ୟୁ ୨୦୦୩ ମସିହା ଫେବ୍ରୁଆରି ୧ ତାରିଖରେ ମହାକାଶରୁ ଫେରୁଥିବା ସମୟରେ ଦୁର୍ଘଟଣା ହେତୁ ହୋଇଥିଲା। ସର୍ବଦା କଳ୍ପନା କହି ଥାଆନ୍ତି, ‘ମୋର ଜନ୍ମ କେବଳ ମହାକାଶ ପାଇଁ ହିଁ, ମୁଁ ମୋର ପ୍ରତ୍ୟେକ ମୁହୂର୍ତ୍ତକୁ ମହାକାଶ ପାଇଁ ବିତାଇବାକୁ ଚାହେଁ । କେବଳ ଏତିକି ନୁହେଁ, ମହାକାଶ ଲାଗି ମରିବା ପାଇଁ ବି ମୁଁ ପୂର୍ଣ୍ଣ ପ୍ରସ୍ତୁତ ଅଛି।’ ତାଙ୍କର ଏହି କଥା ତାଙ୍କ ପାଇଁ ସତ୍ୟ ପ୍ରମାଣିତ ହୋଇଥିଲା।

୪୧ବର୍ଷ ବୟସରେ କଳ୍ପନା ନିଜର ଦ୍ୱିତୀୟ ମହାକାଶ ଯାତ୍ରା ସମାପ୍ତ କରି ଫେରୁଥିବା ସମୟରେ ମହାକାଶରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ଶ୍ରଦ୍ଧାବାର୍ଷିକରେ ଆସନ୍ତୁ ଜାଣିବା କଳ୍ପନାଙ୍କ ବିଷୟରେ କିିଛି ଜଣାଅଜଣା କଥା।

publive-image

କଳ୍ପନାଙ୍କ ହରିୟାଣାର କରନାଲରେ ୧୯୬୨ଟି ମସିହା ମାର୍ଚ୍ଚ ୧୭ ତାରିଖରେ ଜନ୍ମ ନେଇଥିଲେ। ଚାରି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ କଳ୍ପନା । ତାଙ୍କୁ ଘରେ ସ୍ନେହରେ ମୋଣ୍ଟୁ ଡାକୁଥିଲେ ପରିବାରବର୍ଗ। କଳ୍ପନା ଅଷ୍ଟମଶ୍ରେଣୀ ପଢ଼ୁଥିବା ସମୟରେ ଜଣେ ଇଞ୍ଜିନିୟର ହେବେ ବୋଲି ନିଜର ଇଚ୍ଛାକୁ ତାଙ୍କ ବାପାଙ୍କ ନିକଟରେ ଜଣାଇଥିଲେ। କଳ୍ପନା ପିତାଙ୍କ ଇଚ୍ଛା ଥିଲା ସେ ଡାକ୍ତରାଣୀ କିମ୍ବା ଜଣେ ଶିକ୍ଷୟିତ୍ରୀ ହୁଅନ୍ତୁ ବୋଲି। ସ୍କୁଲ ପାଠପଢ଼ା ଶେଷ ପରେ କଳ୍ପନା ପଞ୍ଜାବ ଇଞ୍ଜିନିୟରିଙ୍ଗ କଲେଜରୁ ୧୯୮୨ମସିହାରେ ଗ୍ରାଜୁଏସନ୍‌ ଶିକ୍ଷା ଶେଷ କରିଥିଲେ।

publive-image

ଏହାପରେ ଆମେରିକା ଯାଇ ୧୯୮୪ ମସିହାରେ ଟେକ୍ସସ୍‌ ୟୁନିଭର୍ସିଟିରେ ପାଠ ପଢ଼ିଥିଲେ। ୧୯୯୫ ମସିହାରେ କଳ୍ପନା ନାସାରେ ମହାକାଶ ଯାତ୍ରୀ ଭାବେ ସାମିଲ ହୋଇଥିଲେ। ୧୯୯୮ରେ କଳ୍ପନାଙ୍କୁ ମହାକାଶକୁ ଉଡାଣ ପାଇଁ ଚୟନ କରାଯାଇଥିଲା। ବୈଜ୍ଞାନିକମାନେ ମତ ଦିଅନ୍ତି, କଲମ୍ବିୟା ମହାକାଶ ଯାନ ଯେତେବେଳେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା, ସେତେବେଳେ ତାର ତାପନିୟନ୍ତ୍ରଣ ଯନ୍ତ୍ରଟି ଫାଟି ଯାଇଥିଲା ଓ ମହାକାଶ ଯାନର ତାପ ବଢ଼ିବା ହେତୁ ଦୁର୍ଘଟଣା ଘଟିଥିଲା। ସେଥିରେ କଳ୍ପନାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe