କଳ୍ପନା-ସୁନୀତା ଭେଟ: ପରସ୍ପରକୁ ଜଣାଇଲେ ସମବେଦନା

କଳ୍ପନା-ସୁନୀତା ଭେଟ: ପରସ୍ପରକୁ ଜଣାଇଲେ ସମବେଦନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଶନିବାର ଭେଟିଛନ୍ତି। ଉଭୟ ନିଜ ନିଜର ଦୁଃଖ ବାଣ୍ଟିବା ସହିତ ପରସ୍ପରକୁ ସମବେଦନା ଜଣାଇଛନ୍ତି।
ସୁନୀତାଙ୍କୁ ସାକ୍ଷାତ୍ କରିବା ପରେ କଳ୍ପନା ଗଣମାଧ୍ୟମକୁ କହିଛନ୍ତି ଦୁଇ ମାସ ତଳେ ଯାହା ଝାଡ଼ଖଣ୍ଡରେ ହୋଇଥିଲା ଏବେ ତାହା ଦିଲ୍ଲୀରେ ହେଉଛି।
ମୁଁ ସୁନୀତାଙ୍କ ସହ ଦୁଃଖ ବାଣ୍ଟିଛି। ଆମେ ବିଜେପି ବିରୋଧରେ ମିଳିମିଶି ଲଢ଼ିବୁ। ମୁଁ କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ମଧ୍ୟ ‌ଭେଟିବାର କାର୍ଯ୍ୟକ୍ରମ ରହିଛି। ସୋନିଆଙ୍କୁ ଭେଟି ଝାଡ଼ଖଣ୍ଡର ସ୍ଥିତି ସମ୍ପର୍କରେ ଆଲୋଚନା କରିବି ବୋଲି କଳ୍ପନା କହିଛନ୍ତି।

ମୋ ସ୍ବାମୀ ହେମନ୍ତଙ୍କ ଭଳି ‌ଅରବିନ୍ଦଙ୍କୁ ମଧ୍ୟ ଜେଲ୍ ପଠାଯାଇଛି। ମୁଁ ସୁନୀତାଙ୍କୁ ଭେଟି ମିଳିତ ଭାବେ ବିଜେପି ବିରୋଧରେ ଲଢ଼ିକା ନେଇ ଆଲୋଚନା କରିଛି। ମୁଁ ରବିବାର ମାର୍ଚ୍ଚ ୩୧ରେ ଦିଲ୍ଲୀର ରାମଲୀଳା ମଇଦାନରେ ହେବାକୁ ଯାଉଥିବା ଇଣ୍ଡିଆ ମେଣ୍ଟର ରାଲିରେ ଯୋଗଦେବି ବୋଲି କଳ୍ପନା କହିଛନ୍ତି।

ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି ହେମନ୍ତ ବିରୋଧୀ ଦଳର ଜଣେ ବଡ଼ ନେତା ଥିଲେ। ସେ ଅଣ-ବିଜେପି ରାଜ୍ୟରେ ଶାସନ କରୁଥିଲେ। କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରି ତାଙ୍କୁ ଜେଲ୍କୁ ପଠାଇଛନ୍ତି। ସେହିପରି ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଜେଲ୍ ପଠାଯାଇଛି। ବିଜେପି ସରକାରଙ୍କ ଏଭଳି କାର୍ଯ୍ୟ ଗଣତନ୍ତ୍ରର ବିପରୀତ। ଏହାର ଜବାବ୍ ସାଧାରଣ ଜନତା ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe