ଅସୁସ୍ଥତା ଯୋଗୁଁ ଶ୍ରୀରାମଚନ୍ଦ୍ର ମେଡିକାଲ୍‌ ସେଣ୍ଟର୍‌ରେ ଭର୍ତ୍ତି ହେଲେ ଅଭିନେତା କମଲ୍‌ ହାସନ୍‌

Advertisment
ଅସୁସ୍ଥତା ଯୋଗୁଁ ଶ୍ରୀରାମଚନ୍ଦ୍ର ମେଡିକାଲ୍‌ ସେଣ୍ଟର୍‌ରେ ଭର୍ତ୍ତି ହେଲେ ଅଭିନେତା କମଲ୍‌ ହାସନ୍‌

Image Courtesy of Times Now

ଚେନ୍ନାଇ: ଅସୁସ୍ଥତା ଯୋଗୁଁ ବୁଧବାର ସନ୍ଧ୍ୟାରେ ଅଭିନେତା ଉଲଗନାୟଗନ୍‌ କମଲ୍‌ ହାସନ୍‌ ଚେନ୍ନାଇସ୍ଥିତ ଶ୍ରୀରାମଚନ୍ଦ୍ର ମେଡିକାଲ୍ ସେଣ୍ଟର୍‌ରେ ଭର୍ତ୍ତି ହୋଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଜ୍ବରରେ ପୀଡ଼ିତ ଥିବାରୁ ତାଙ୍କୁ ଔଷଧ ଦିଆଯାଇଛି। ଦୁଇ ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ତାଙ୍କୁ ଡାକ୍ତରଖାନାରୁ ‘ଡିସ୍‌ଚର୍ଜ’ କରାଯିବ।

publive-image Image Courtesy of Times of India

ନିକଟରେ ସେ ତାଙ୍କ ଗୁରୁ ତଥା ପ୍ରଖ୍ୟାତ ନିର୍ଦେଶକ କେ. ବିଶ୍ବନାଥଙ୍କୁ ହାଇଦ୍ରାବାଦରେ ଭେଟିଥିଲେ। ଦୁହିଁଙ୍କର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ନଭେମ୍ବର ୨୩ରେ ହାଇଦ୍ରାବାଦରୁ ଫେରିବା ପରେ ୬୮ ବର୍ଷିୟ କମଲ୍‌ ହାସନ୍‌ ଅଶ୍ବସ୍ତି ଅନୁଭବ କରୁଥିଲେ ଏବଂ ତାଙ୍କୁ ସାମାନ୍ୟ ଜ୍ବର ବି ହୋଇଥିଲା। ତେଣୁ, ଚିକିତ୍ସା ନିମନ୍ତେ ତାଙ୍କୁ ଉପରୋକ୍ତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୋଟାଏ ଡାକ୍ତରୀ ଦଳ ତାଙ୍କର ତତ୍ତ୍ବାବଧାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe