ଅଧ ଘଣ୍ଟା ଅପେକ୍ଷା କରିବାପରେ ଭୋଟ୍ ଦେଲେ କମଲ ହାସନ୍ ଏବଂ ଶ୍ରୁତି ହାସନ୍‌

Advertisment
ଅଧ ଘଣ୍ଟା ଅପେକ୍ଷା କରିବାପରେ ଭୋଟ୍ ଦେଲେ କମଲ ହାସନ୍ ଏବଂ ଶ୍ରୁତି ହାସନ୍‌

PHOTO--HINDUSTAN TIMES

ଚେନ୍ନାଇ: ଲୋକପ୍ରିୟ ଅଭିନେତା ତଥା ରାଜନେତା କମଲ ହାସନ୍‌ ନିଜ କନ୍ୟା ଅଭିନେତ୍ରୀ ଶ୍ରୁତି ହାସନ୍‌ଙ୍କ ସହ ମିଶି ଆଜି ଚେନ୍ନାଇର ଏକ ବୁଥ୍‌କୁ ନିଜର ମତଦାନ କରିବାକୁ ଆସିଥିଲେ। ସେ ଦୁହେଁ ସାଙ୍ଗ ହୋଇ ଚେନ୍ନାଇର ଅଲ୍‌ ଓ୍ଵାର୍‌ପେଟ୍‌ କର୍ପୋରେସନ୍‌ ସ୍କୁଲରେ ଥିବା ବୁଥ୍‌ ନଂ-୨୭କୁ ଆସିଥିଲେ। ଭୋଟ୍ ଗ୍ରହଣ ଆରମ୍ଭ ହେବାର ପ୍ରାୟ ଘଣ୍ଟାକ ଆଗରୁ ସେମାନେ ଅନ୍ୟ ସାଧାରଣ ନାଗରିକମାନଙ୍କ ଭଳି ଲମ୍ବା ଲାଇନ୍‌ରେଠିଆ ହୋଇଥିଲେ। ମାତ୍ର ଭୋଟ୍ ଗ୍ରହଣ ଠିକ୍ ସମୟରେ ଆରମ୍ଭ ହୋଇ ନଥିଲା ଯେଉଁଥିପାଇଁ ଉଭୟଙ୍କୁ ପ୍ରାୟ ଅଧ ଘଣ୍ଟା ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା।

publive-image PHOTO-firstpost

ସେହି ବୁଥ୍‌ ରେ ଥିବା ଇଭିଏମ୍‌ ମେସିନ୍‌ରେ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେବେ କିଛି ସମୟପରେ ଇଭିଏମ୍‌ ମେସିନ୍‌ ଠିକ୍‌ ହେବାପରେ ମକ୍‌କଲ ନୀଡି ମାଇମ୍‌ର ମୁଖ୍ୟ କମଲ ହାସନ୍‌ ଓ ତାଙ୍କ ଝିଅ ଶ୍ରୁତି ହାସନ୍‌ ନିଜର ମତଦାନ କରି ସେଠାରୁ ଫେରିଥିଲେ। ତାମିଲନାଡୁର ଅନ୍ୟ କେତେକ ମତଦାନ କେନ୍ଦ୍ରରେ ମଧ୍ୟ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe