ବିଜେପି ନେତ୍ରୀଙ୍କୁ ‘ଆଇଟମ୍‌’ କହି ଅଡ଼ୁଆରେ କମଳନାଥ: ରାହୁଲ, ସୋନିଆଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଲେ ସ୍ମୃତି

Advertisment

କଂଗ୍ରେସଠାରୁ କ୍ଷମା ଦାବି କଲେ ମାୟାବତୀ, ମୌନ ବ୍ରତରେ ବସିଲେ ଚୌହାନ

କଂଗ୍ରେସଠାରୁ କ୍ଷମା ଦାବି କଲେ ମାୟାବତୀ, ମୌନ ବ୍ରତରେ ବସିଲେ ଚୌହାନ

ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଲେ କମଲନାଥ

News Nation

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ତାଙ୍କର ଜଣେ ପୂର୍ବତନ ମହିଳା ସହକର୍ମୀ ଯିଏ ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ତାଙ୍କୁ ‘ଆଇଟମ’ କହି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଉପ ନିର୍ବାଚନ ପାଇଁ ଦବ୍ରାରେ ଏକ ବୈଠକରେ ଉଦ୍‌ବୋଧନ ଦେବା ସମୟରେ କମଳନାଥ କହିଥିଲେ, ତାଙ୍କ ଦଳର ପ୍ରାର୍ଥୀ ଜଣେ ସାଧାରଣ ବ୍ୟକ୍ତି ଏବଂ ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କ ପରି ନୁହନ୍ତି। କମଳନାଥ କହିଥିଲେ, ତାଙ୍କ ନାମ ନେବା କ’ଣ ଦରକାର? ତୁମେମାନେ ସମସ୍ତେ ତାଙ୍କୁ ଭଲଭାବେ ଜାଣିଛ। ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କୁ ଇଙ୍ଗିତ କରି ‘ହ୍ବାଟ୍‌ ଆନ୍‌ ଆଇଟମ୍‌’ କହିବାବେଳେ ଭିଡ଼ ମଧ୍ୟରୁ ଖୁବ୍‌ ଜୋର ‘ଇମର୍ତି ଦେବୀ’ଙ୍କ ନାମ ମଧ୍ୟ ଶୁଣାଯାଇଥିଲା। ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କମଳନାଥଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମା‌ଲୋଚନା କରିଛନ୍ତି। ଶିବରାଜ କହିଛନ୍ତି, ଜଣେ ମହିଳାଙ୍କୁ ‘ଆଇଟମ୍‌’ କହି କଂଗ୍ରେସ ଏବଂ ଏହାର ନେତୃବୃନ୍ଦ ସେମାନଙ୍କ ବାସ୍ତବ ମାନସିକତାକୁ ପଦାରେ ପକାଇ ଦେଇଛନ୍ତି। ଅନ୍ୟପକ୍ଷେ ଏକ ବିଜେପି ପ୍ରତିନିଧି ଦଳ ଭୋପାଳରେ ନିର୍ବାଚନ କମିସନ୍‌ ଅଧିକାରୀଙ୍କୁ ଭେଟିଛନ୍ତି ଏବଂ କମଳନାଥ ମହିଳାଙ୍କୁ ଅପମାନିତ କରିଥିବାରୁ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ସୋନିଆ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ କମଳନାଥଙ୍କ ଏଭଳି ଅପମାନଜନକ ଟିପ୍ପଣୀ ପାଇଁ କଂଗ୍ରେସଠାରୁ କ୍ଷମା ଦାବି କରିଛନ୍ତି। ତେବେ ବିବାଦ ହେବାପରେ କମଳନାଥ ଉକ୍ତ ପ୍ରସଙ୍ଗରେ ଜବାବ ରଖିଛନ୍ତି। କମଳନାଥ କହିଛନ୍ତି, ତାଙ୍କ ନାମ ମନେ ନପଡ଼ିବାରୁ ସେ ତାଙ୍କୁ ‘ଆଇଟମ୍‌ ’ କହିଦେଲେ। ଅନ୍ୟପକ୍ଷରେ କମଳନାଥଙ୍କ ଟିପ୍ପଣୀକୁ ବିରୋଧ କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ଅନ୍ୟ ବରିଷ୍ଠ ନେତାମାନେ ୨ ଘଣ୍ଟା‌ ମୌନ ବ୍ରତରେ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe