ମହିଳା ଜନଧନ ଯୋଜନା ହିତାଧିକାରୀଙ୍କୁ ସହାୟତା : ଓଡ଼ିଶାରେ ଥିବା ୩୯.୫୧ ଲକ୍ଷ ହିତାଧିକାରୀଙ୍କୁ ସହାୟତା

ମହିଳା ଜନଧନ ଯୋଜନା ହିତାଧିକାରୀଙ୍କୁ ସହାୟତା : ଓଡ଼ିଶାରେ ଥିବା ୩୯.୫୧ ଲକ୍ଷ ହିତାଧିକାରୀଙ୍କୁ ସହାୟତା

Kamal Sandesh

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ କୌଣସି ଗରିବ ପରିବାର ଯେପରି ଆର୍ଥିକ ଅନଟନର ସମ୍ମୁଖୀନ ନହେବେ, ସେହି ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଥିବା ମହିଳା ହିତାଧିକାରୀମାନଙ୍କୁ ତିନି ମାସ ଲାଗି ମାସିକ ୫୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସେମାନଙ୍କୁ ତିନି ମାସରେ ମୋଟ ୧୫୦୦ ଟଙ୍କାର ସହାୟତା ମିଳିବ। ଓଡ଼ିଶାରେ ଥିବା ୩୯.୫୧ ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି।

ଜନଧନ ଯୋଜନାରେ ଉପକୃତ ହୋଇଥିବା ଓଡ଼ିଶାର କିଛି ମହିଳା ହିତାଧିକାରୀମାନଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି। ସେମାନେ ଏହି ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି, ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ରେମଣ୍ଡା ଗ୍ରାମର ମହିଳା ହିତାଧିକାରୀ ସୁନୀତା ଭୋଇ , ଜଗତସିଂହପୁର ଜିଲ୍ଲାର ପ୍ରଜ୍ଞା ପ୍ରଲ୍ଲୁବ୍ଧା ସ୍ବାଇଁ, ବାଲେଶ୍ୱର ଜିଲ୍ଲା ଦୁର୍ଗାପୁର ଗ୍ରାମର ସୁକାନ୍ତି ମହାନ୍ତି, ବାସୁମତୀ ମହାନ୍ତି, ନୟାଗଡ଼ ଜିଲ୍ଲା ଖଣ୍ଡୁଗାଁ ଗ୍ରାମର ଜଣେ ମହିଳା ହିତାଧିକାରୀ ସୁକାନ୍ତି ଦାସ ଏବଂ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକର ବବିତା ଜଲାଲ। ସୂଚନାଯୋଗ୍ୟ ଯେ, ଦେଶର ଅର୍ଥବ୍ୟବସ୍ଥା ଉପରେ କୋଭିଡ-୧୯ ମହାମାରୀର ଆର୍ଥିକ ପ୍ରଭାବକୁ ହ୍ରାସ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଗତ ମାର୍ଚ୍ଚ ୨୬, ୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ତଦନୁଯାୟୀ ବିଭିନ୍ନ ଯୋଜନା ମାଧ୍ୟମରେ ଦେଶର ଗରିବ ଓ ନିମ୍ନ ମଧ୍ୟବିତ ପରିବାରକୁ ସହାୟତା ଯୋଗାଇ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe