ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ହାରିସ, ୧୯ ବର୍ଷ ବୟସରେ ମୋ ମା’ ଭାରତରୁ ଆମେରିକା ଆସିଥିଲେ

Advertisment
ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ହାରିସ, ୧୯ ବର୍ଷ ବୟସରେ ମୋ ମା’ ଭାରତରୁ ଆମେରିକା ଆସିଥିଲେ

NDTV.com

ୱାସିଂଟନ: ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ବିଜୟୀ ହେବା ପରେ କମଳା ହାରିସ ତାଙ୍କ ଭାରତୀୟ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ମା’ଙ୍କ ଯୋଗୁଁ ଆଜି ସେ ଏହି ସଫଳତା ହାସଲ କରିଛନ୍ତି ବୋଲି କମଳା କହିଛନ୍ତି। ଜଣେ ଅତି ଦାୟିତ୍ବସମ୍ପନ୍ନ ତଥା ବୁଦ୍ଧିମତୀ ମହିଳା ମୋ ମା’ ଶ୍ୟାମଳା ଗୋପାଳନ୍‌ ହାରିସଙ୍କ ନିକଟରେ ମୁଁ କୃତଜ୍ଞ। ତାଙ୍କ ତ୍ୟାଗ ପାଇଁ ହିଁ ମୁଁ ଆଜି ଏ ସଫଳତା ହାସଲ କରିଛି ବୋଲି ହାରିସ୍‌ କହିଛନ୍ତି। ଯେତେବେଳେ ମା’ଙ୍କୁ ୧୯ ବର୍ଷ ବୟସ ହୋଇଥିଲା, ସେ ଭାରତରୁ ଆମେରିକା ଚାଲି ଆସିଥିଲେ। ମା’ ହୁଏତ ଏହି ମୁହୂର୍ତ୍ତକୁ କଳ୍ପନା କରି ନଥି‌ଲେ। କିନ୍ତୁ ଆମେରିକାରେ ହିଁ ଏଭଳି ମୁହୂର୍ତ୍ତ ସମ୍ଭବ ବୋଲି କମଳା ହାରିସ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ଦେଶକୁ ତାଙ୍କର ପ୍ରଥମ ସମ୍ବୋଧନରେ କହିଛନ୍ତି। ଜଣେ ଭାରତୀୟ କୃଷ୍ଣକାୟ ମହିଳା ତଥା ତାଙ୍କ ମା’ଙ୍କ ପାଇଁ ସେ ଗର୍ବିତ ବୋଲି କମଳା କହିଛନ୍ତି। କମଳା ହାରିସ ଜଣେ ଭାରତୀୟ ପ୍ରବାସୀ ତଥା ଜାମା‌ଇକା ଜନ୍ମିତ ପିତାଙ୍କ କନ୍ୟା। ସେ ଜଣେ ଖ୍ରୀଷ୍ଟିଆନ କିନ୍ତୁ ତାଙ୍କ ମା’ଙ୍କ ସହ ହିନ୍ଦୁ ମନ୍ଦିରକୁ ମଧ୍ୟ ଯାଇଥାନ୍ତି ବୋଲି କମଳା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe