ଅନେକ କ୍ଷେତ୍ରରେ ପ୍ରଥମ ହେବାର ପ୍ରେରଣାଦାୟୀ କାହାଣୀ ‘କମଳା ହ୍ୟାରିସ୍‌’

ଅନେକ କ୍ଷେତ୍ରରେ ପ୍ରଥମ ହେବାର ପ୍ରେରଣାଦାୟୀ କାହାଣୀ ‘କମଳା ହ୍ୟାରିସ୍‌’

Image Courtesy of Outlook

ନୂଆଦିଲ୍ଲୀ: ‘ମହିଳା ଓବାମା’ ଭାବେ ସୁପରିଚିତ ପ୍ରଥମ ଥର ସିନେଟର୍‌ ହୋଇଥିବା କମଳା ଦେବୀ ହ୍ୟାରିସ୍‌ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ମହିଳା, ଅଣଶ୍ବେତାଙ୍ଗ ଏବଂ ଭାରତୀୟ-ଆମେରିକୀୟ ଉପରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଛନ୍ତି।

ଆର୍ଥିକ ସମ୍ବଳ ଅଭାବରୁ ପ୍ରଚାର ଅଭିଯାନ ଚଳାଇ ପାରିବେ ନାହିଁ କହି ରାଷ୍ଟ୍ରପତି ହେବାର ଅଭିଳାଷ ତ୍ୟାଗ କରିଥିବା କମଳାଙ୍କୁ ଗତ ଅଗଷ୍ଟ ମାସରେ ‘ଡେମୋକ୍ରାଟିକ୍‌’ ରାଷ୍ଟ୍ରପତି ପ୍ରାର୍ଥୀ ଜୋ’ ବାଇଡେନ୍‌ ତାଙ୍କର ‘ରନିଙ୍ଗ୍ ମେଟ୍‌’ ବା ଉପରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଚୟନ କରିଥିଲେ।

ନିଜର ପୂର୍ବତନ ପ୍ରତିଦ୍ବନ୍ଦ୍ବୀ ବାଇଡେନ୍‌ଙ୍କର ତୀବ୍ର ସମାଲୋଚିକା ଏବଂ ପରେ ମିତ୍ର ହୋଇଥିବା ୫୬ ବର୍ଷୀୟ କାଲିଫର୍ଣ୍ଣିଆ ସିନେଟର୍‌ କମଳା ହ୍ୟାରିସ୍‌ ହେଉଛନ୍ତି ସିନେଟ୍‌ର ମାତ୍ର ତିନି ଜଣ ଏସୀୟ-ଆମେରିକୀୟ ସିନେଟର୍‌ମାନଙ୍କ ମଧ୍ୟରୁ ଜଣେ। ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ସେ ଏହି ଚେମ୍ବର୍‌ରେ କାର୍ଯ୍ୟ କରିଥିଲେ।

publive-image Image Courtesy of Teen Vouge

ଏହା ବ୍ୟତିରେକେ କମଳା ଆହୁରି ଅନେକ କ୍ଷେତ୍ରରେ ପ୍ରଥମ। ସେ ଥିଲେ କାଉଣ୍ଟି ଡିଷ୍ଟ୍ରିକ୍ଟ୍‌ ଆଟର୍ଣ୍ଣି ଓ ସାନ୍‌ ଫ୍ରାନ୍‌ସିସ୍‌କୋର ଡିଷ୍ଟ୍ରିକ୍ଟ୍‌ ଆଟର୍ଣ୍ଣି। ଏହି ପଦବୀକୁ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା, ପ୍ରଥମ ଆଫ୍ରିକୀୟ-ଆମେରିକୀୟ ଏବଂ ଭାରତୀୟ ବଂଶୋଦ୍ଭବ।

ଏବେ ଉପରାଷ୍ଟ୍ରପତି ଭୂମିକାରେ ମଧ୍ୟ ସେ ଅନେକ କ୍ଷେତ୍ରରେ ପ୍ରଥମ ହେବେ। ଏ ଭୂମିକାରେ ସେ ହେବେ ପ୍ରଥମ ମହିଳା, ପ୍ରଥମ ଆଫ୍ରିକୀୟ-ଆମେରିକୀୟ ମହିଳା, ପ୍ରଥମ ଭାରତୀୟ-ଆମେରିକୀୟ ଏବଂ ପ୍ରଥମ ଏସୀୟ-ଆମେରିକୀୟ।

ଓବାମାଙ୍କ ଅମଳରେ ତାଙ୍କୁ ଶ୍ରଦ୍ଧାରେ ‘ମହିଳା ଓବାମା’ ବୋଲି କୁହାଯାଉଥିଲା। ଗୋଟିଏ ଦଶନ୍ଧି ପୂର୍ବେ ସାମ୍ବାଦିକ ଗୁୱେନ୍ ଏଲ୍‌ଫିଲ୍‌ ‘ଲେଟ୍‌ ସୋ’ ୱିଥ୍ ଡେଭିଡ୍‌ ଲେଟର୍‌ମ୍ୟାନ୍‌’ରେ ତାଙ୍କୁ ‘ମହିଳା ବାରାକ୍ ଓବାମା’ କହିଥିଲେ। ପରେ ୱିଲୋଫ୍‌ବାଏର କ୍ଷୁଦ୍ର ବ୍ୟବସାୟୀ ଟୋନି ପିଣ୍ଟୋ ତାଙ୍କୁ ରାଷ୍ଟ୍ରପତିଙ୍କର ଯୁବା ତଥା ମହିଳା ସ୍ବରୂପ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe