Image Courtesy of OneIndia
ମୁମ୍ବାଇ: ସୋମବାର ଦିନ ମୁମ୍ବାଇ ପୁଲିସ କମଳା ମିଲ୍ସ୍ ଅଗ୍ନିକାଣ୍ଡ ମାମଲାରେ ‘ଓ୍ଵାନ୍ଏବଭ୍’ ପବ୍ର ଦୁଇ ଜଣ ମ୍ୟାନେଜରଙ୍କୁ ଗିରଫ କରିଛି। ପବ୍ର ମାଲିକମାନେ ଏବେ ମଧ୍ୟ ଫେରାର ଅଛନ୍ତି।
ଶୁକ୍ରବାର ଦିନ ପବ୍ ଏବଂ ଅନ୍ୟ ପ୍ରତିଷ୍ଠାନରେ ନିଅାଁ ଲାଗିଯିବାରୁ ସେଠାରେ ଜନ୍ମଦିନ ପାଳନ କରୁଥିବା ଜଣେ ମହିଳାଙ୍କ ସମେତ ୧୪ ଜଣ ଶ୍ୱାସରୁଦ୍ଧ ହୋଇ ମରିଥିଲେ। ଏଥିରେ ଅନ୍ୟ ୨୩ ଜଣ ମଧ୍ୟ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ବୁକ୍ ହୋଇଥିବା ‘ଓ୍ଵାନ୍ଏବଭ୍’ ପବ୍ର ମାଲିକମାନଙ୍କୁ ଆଶ୍ରୟ ଦେଇଛନ୍ତି ବୋଲି କୁହାଯାଉଥିବା ଦୁଇ ଜଣ ଲୋକଙ୍କୁ ପୂର୍ବରୁ ପୁଲିସ ଗିରଫ କରିଥିଲା।
ପବ୍ ମାଲିକ ହିତେଶ ସାଙ୍ଗଓ୍ଵି ଏବଂ ଜିଗର ସାଙ୍ଗଓ୍ଵି, ସହ-ମାଲିକ ଅଭିଜିତ ମଙ୍କା ଏବଂ ଅନ୍ୟମାନଙ୍କୁ ବିଭିନ୍ନ ମାମଲାରେ ପୁଲିସ ବୁକ୍ କରିଥିଲା।
ଶନିବାର ଦିନ ସାଙ୍ଗଓ୍ଵି ଭ୍ରାତାଙ୍କ ନାମରେ ଲୁକ୍ଆଉଟ୍ ନୋଟିସ ଜାରି କରାଯାଇଛି।
Follow Us