ମଧ୍ୟପ୍ରଦେଶରେ କଂଗ୍ରେସ କନ୍ଦଳ ତେଜିଲା, କମଳନାଥ-ସିନ୍ଧିଆ ମୁହାଁମୁହିଁ

Advertisment
ମଧ୍ୟପ୍ରଦେଶରେ କଂଗ୍ରେସ କନ୍ଦଳ ତେଜିଲା, କମଳନାଥ-ସିନ୍ଧିଆ ମୁହାଁମୁହିଁ

Hindi News, Latest News in Hindi

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସରେ ଆଭ୍ୟନ୍ତରୀଣ କଳହ ଏବେ ତେଜିବାରେ ଲାଗିଛି। ସରକାରଙ୍କ କାମକୁ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ସିନ୍ଧିଆଙ୍କୁ କଡ଼ା ଜବାବ ଦେଇଛନ୍ତି। ନିଜ ଦଳର ସରକାର ବିରୋଧରେ ସିନ୍ଧିଆ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଥିବା ବେଳେ କମଳନାଥ କହିଛନ୍ତି ଯେ ସିନ୍ଧିଆ ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ଆନ୍ଦୋଳନ କରିପାରିବେ, ଏଥିପାଇଁ ତାଙ୍କୁ କୌଣସି ବାରଣ ନାହିଁ । ରାଜ୍ୟ ସରକାର କୃଷକମାନଙ୍କ ଋଣ ଛାଡ଼ ପାଇଁ ଯେଉଁ ଘୋଷଣା କରି କ୍ଷମତାକୁ ଆସିଥିଲେ ତାହା ପୂରଣ ହୋଇପାରି ନାହିଁ ବୋଲି ସିନ୍ଧିଆ କହିବା ସହ ସରକାରକୁ ଘେରିଛନ୍ତି। ସିନ୍ଧିଆଙ୍କ ସମର୍ଥନରେ ଥିବା ବହୁ ବରିଷ୍ଠ ନେତା କମଳନାଥଙ୍କ ବିରୋଧରେ ଅସନ୍ତୋଷ ଜାହିର କରିଥିବାରୁ ଏହାର ସମାଧାନ ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe