କମଲେଶ ତିୱାରୀଙ୍କ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଫେରାର୍, ନେପାଳ ପଳାୟନ କରିଥିବା ସନ୍ଦେହ

Advertisment

ଉଭୟଙ୍କୁ ଧରିବାକୁ ଅଢ଼େଇ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ଉଭୟଙ୍କୁ ଧରିବାକୁ ଅଢ଼େଇ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

କମଲେଶ ତିୱାରୀଙ୍କ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଫେରାର୍, ନେପାଳ ପଳାୟନ କରିଥିବା ସନ୍ଦେହ

iChowk

ଲକ୍ଷ୍ନୌ: ଅଜଣା ଆକ୍ରମଣକାରୀର ଆକ୍ରମଣରେ ଲକ୍ଷ୍ନୌଠାରେ ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିଓ୍ଵାରୀଙ୍କର ମୃତ୍ୟୁ ଘଟଣାକୁ ଉତ୍ତର ପ୍ରଦେଶର ଯୋଗୀ ସରକାର ଗମ୍ଭୀରତାର ସହ ନେଇଛନ୍ତି। ହିନ୍ଦୁ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲେଶ ତିୱାରୀଙ୍କ ହତ୍ୟା ମାମଲାରେ ହତ୍ୟାକାରୀଙ୍କୁ ଧରିବାକୁ ଯୋଗୀ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଚଢ଼ାଉ ଜାରି ରଖିଛି ।

ଉତ୍ତର ପ୍ରଦେଶର ଶାହଜହାଁପୁରରେ ଚଢ଼ାଉ କରିଥିବା ଜଣାଯାଇଛି । କିନ୍ତୁ ସୁରାଟରେ ରହୁଥିବା ଦୁଇ ହତ୍ୟାକାରୀ ଫରିଦ ଓରଫ ମୋଇନ ଖାନ ଏବଂ ଅଶଫାକ ଖାନ ଓରଫ ଇତି ମଧ୍ୟରେ ଫେରାର ହୋଇଯାଇଥିବା ସନ୍ଦେହ କରୁଛି ପୁଲିସ । ଏ ଦୁଇ ପ୍ରମୁଖ ଅଭିଯୁକ୍ତ ଦେଶ ଛାଡ଼ି ନେପାଳ ପଳାଇ ଯାଇଥିବା ଏସ୍ଟିଏଫ୍ ସନ୍ଦେହ କରୁଛି । ସେମାନଙ୍କୁ ଧରିବାକୁ ଅଢ଼େଇ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି ।

NBT image source- navbharattimes

ଏବାବଦରେ ଉତ୍ତର ପ୍ରଦେଶ ପୁଲିସ ଡିଜି ଓପି ସିଂହ ସୂଚନା ଦେଇ କହିଛନ୍ତି ଯେ ସୁରାଟରେ ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଲକ୍ଷ୍ନୌ ଅଣାଯାଉଛି । ବିଜନୌରର ଦୁଇ ମୌଲାନାକୁ ମଧ୍ୟ ଜେରା ଜାରି ରହିଛି । ଖୁବ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଡିଜିପି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe