କମ୍‌ଲେଶ ତିଓ୍ଵାରୀ ହତ୍ୟା ଘଟଣା : ୩ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଗିରଫ କଲା ପୁଲିସ

କମଲେଶ ତିୱାରୀଙ୍କ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଫେରାର୍, ନେପାଳ ପଳାୟନ କରିଥିବା ସନ୍ଦେହ

iChowk

ଲକ୍ଷ୍ନୌ : ଗତକାଲି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ମହାସଭା ନେତା କମ୍‌ଲେଶ ତିଓ୍ଵାରୀଙ୍କୁ ହତ୍ୟା କରାଯିବା ଘଟଣାରେ ୩ଜଣଙ୍କୁ ଅଟକ ରଖିଥିଲା ଆତଙ୍କବାଦୀ ବିରୋଧି ସ୍କ୍ଵାଡ(ଏଟିଏସ୍‌) । ସୁରଟ୍‌ ପୁଲିସ ଓ ଗୁଜୁୁରାଟ ଏଟିଏସ୍‌ ଟିମ୍‌ ମିଳିତ ଭାବରେ ୩ଜଣଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ୩ଜଣଙ୍କୁ ଅଟକ ରଖାଯାଇ ଘଟଣା ବିଷୟରେ ପଚରାଉଚରା ଆରମ୍ଭ କରାଯାଇଥିବା ବେଳେ ଏବେ ୩ଜଣଙ୍କୁ ପୁଲିସ ଗିରଫ କରି ନେଇଥିବା ସୂଚନା ମିଳୁଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶମ୍ମି ପଠାନ, ଫୈଜନ ପଠାନ ଓ ମୌଲବୀ ମୋଶିନ୍‌ ଶେଖ୍‌ ।

Image result for kamlesh-tiwari Outlook India

ପୂର୍ବରୁ କମ୍‌ଲେଶଙ୍କ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ କି, ଶୁକ୍ରବାର ୧୨ଟା ୩୦ମିନିଟ୍‌ରେ ଆମ ଘର ଉପର ମହାଲାରେ ମୋ ସ୍ୱାମୀ ତାଙ୍କ ଅଫିସରେ ବସିଥିବା ବେଳେ ତାଙ୍କୁ ଦୁଇ ଜଣ ଲୋକ ଭେଟିବାକୁ ଆସିଥିଲେ । ପ୍ରାୟ ୪-୫ମିନିଟ୍‌ ପର୍ଯ୍ୟନ୍ତ ପାଟି ଶୁଣା ନ ଯିବାରୁ ମୁଁ ତାଙ୍କ ଅଫିସ ଭିତରକୁ ଯିବା ପରେ ମୋ ସ୍ୱାମୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିଥିଲି । ୨୦୧୬ରେ ଦୁଇଜଣ ମୌଲବୀ ମୋ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୧.୫କୋଟି ଟଙ୍କା ଘୋଷଣା କରିଥିଲେ । ସେମାନେ ହିଁ ମୋ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe