କମଳେଶ ତିୱାରୀ ହତ୍ୟା ମାମଲା: ମାଷ୍ଟରମାଇଣ୍ଡ୍‌ ସମେତ ୫ ଗିରଫ

Advertisment

କମଳେଶଙ୍କ ମା’ଙ୍କ ବୟାନ ବିଜେପି ନେତାଙ୍କ ପ୍ରରୋଚନାରେ ହତ୍ୟା କରାଯାଇଛି

କମଳେଶଙ୍କ ମା’ଙ୍କ ବୟାନ ବିଜେପି ନେତାଙ୍କ ପ୍ରରୋଚନାରେ ହତ୍ୟା କରାଯାଇଛି

କମଳେଶ ତିୱାରୀ ହତ୍ୟା ମାମଲା: ମାଷ୍ଟରମାଇଣ୍ଡ୍‌ ସମେତ ୫ ଗିରଫ

ନୂଆଦିଲ୍ଲୀ: ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଳେଶ ତିୱାରୀ ହତ୍ୟା ମାମଲାରେ ମାଷ୍ଟର୍‌ମାଇଣ୍ଡ୍‌ ସମେତ ୫ ଜଣ ଗିରଫ ହୋଇଛନ୍ତି। ଉତ୍ତରପ୍ରଦେଶ ଡିଜିପି ଓପି ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ‌ଯେ ତିୱାରୀ ହତ୍ୟା ମାମଲାରେ ଗୁଜରାଟ ଏଟିଏସ୍‌ ଦ୍ବାରା ସୁରଟ୍‌ରେ ୩ ଜଣ ଗିରଫ ‌ହୋଇଛନ୍ତି ଏବଂ ଉତ୍ତରପ୍ରଦେଶ ପୁଲିସ ବିଜନୋର୍‌ରେ ୨ ଜଣ ମୌଲାନାଙ୍କୁ ଗିରଫ କରିଛି। ଉତ୍ତରପ୍ରବେଶ ଏବଂ ଗୁଜରାଟ ପୁଲିସର ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଛି । କମଳେଶ ତିୱାରୀଙ୍କ ପତ୍ନୀଙ୍କ ଦ୍ବାରା ରୁଜୁ ହୋଇଥିବା ଏଫ୍‌ଆଇଆରରେ ୨ ଜଣ ମୌଲାନାଙ୍କ ନାମ ରହିଥିଲା। ଅନ୍ୟପକ୍ଷେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି। ଗୁଜରାଟ ଏଟିଏସ୍‌ ଦ୍ବାରା ଗିରଫ ହୋଇଥିବା ସମସ୍ତ ୩ ଜଣ ଅଭିଯୁକ୍ତ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି। ଡିଜିପି ସିଂହ କହିଛନ୍ତି, ହତ୍ୟାକାଣ୍ଡରେ କୌଣସି ଆତଙ୍କବାଦୀ ସଂଗଠନ ସମ୍ପୃକ୍ତ ନାହାନ୍ତି। ୨୦୧୫ ମସିହାରେ କମଳେଶ ତିୱାରୀ ମହାପୁରୁଷ ମହମ୍ମଦଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ବିଜନୋର୍‌ରେ ଗିରଫ ହୋଇଥିବା ଜଣେ ମୁସଲିମ ମୌଲାନା ୨୦୧୬ରେ ତିୱାରୀଙ୍କ ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କୁ ହତ୍ୟାକଲେ ୫୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା‌ କରିଥିଲେ।

ଗୁଜରାଟ ଏଟିଏସ୍‌ ଦ୍ବାରା ଗିରଫ ହୋଇଥିବା‌ ୩ ଅଭିଯୁକ୍ତ ହେଉଛନ୍ତି ମୌଲାନା ମୋହସିନ୍‌ ଶେଖ୍‌, ରସିଦ୍‌ ଅହମଦ ପଠାନ ଏବଂ ଫୈଜାନ୍‌। ପୁଲିସ ବିଶ୍ବାସ କରୁଛି ଯେ ରସିଦ ହେଉଛି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍‌। ଅନ୍ୟପକ୍ଷେ ଫୈଜାନ୍‌ ବନ୍ଧୁକ ଲୁଚାଇବା ପାଇଁ ମିଠା ପ୍ୟାକେଟ୍‌ କିଣି ଆଣିଥିଲା। ଦିପାବଳୀ ପାଇଁ ମିଠା ଦେବା ବାହାନାରେ ସେମାନେ ଯାଇ କମଳେଶ ତିୱାରୀଙ୍କୁ ହତ୍ୟା କରିଥିଲେ। ମିଠା ପ୍ୟାକେଟ୍‌ରେ ଥିବା ଠିକଣାରେ ପୁଲିସ ପହଞ୍ଚି ସିସିଟିଭି ଯାଞ୍ଚ କରି ଅପରାଧୀଙ୍କ ସୁରାକ୍‌ ପାଇଥିଲା। ସୁରଟ୍‌ରୁ ଗିରଫ ୩ ଅଭିଯୁକ୍ତଙ୍କୁ ଲକ୍ଷ୍ନୌ ପୁଲିସ ମଧ୍ୟ ଜେରା କରୁଛି।

ଉତ୍ତେଜକ ଭାଷଣ ପାଇଁ ହତ୍ୟା, ମିଠା ପ୍ୟାକେଟ୍‌ରୁ ଖୋଲିଲା ରହସ୍ୟ
କମଳେଶଙ୍କ ମା’ଙ୍କ ବୟାନ, ବିଜେପି ନେତାଙ୍କ ପ୍ରରୋଚନାରେ ହତ୍ୟା କରାଯାଇଛି

କମଳେଶ ତିୱାରୀଙ୍କ ମା’ କୁସୁମ ତିୱାରୀ ଆଜି କହିଛନ୍ତି, ରାଜ୍ୟ ପ୍ରଶାସନ ସେମାନଙ୍କ ସହ ବିଶ୍ବାସଘାତ କରିଛନ୍ତି। ବାରମ୍ବାର ସୁରକ୍ଷା ପାଇଁ ଅନୁରୋଧ ସତ୍ତ୍ବେ କମଳେଶଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ପ୍ରଶାସନ ଏବେ କିଛି କରିପାରିବ ନାହିଁ ବୋଲି କୁସୁମ୍‌ କହିଛନ୍ତି। ହତ୍ୟାରେ ସ୍ଥାନୀୟ ବିଜେପି ନେତା ସଂପୃକ୍ତ ଅଛନ୍ତି ଏବଂ ଏହି ଷଡ଼ଯନ୍ତ୍ରକାରୀ ନେତାଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦାୟୀ କରି କୁସୁମ କହିଛନ୍ତି, ଯୋଗୀ ମୁଖ୍ୟମନ୍ତ୍ରୀ ହେବାପରେ କମଳେଶ ତିୱାରୀଙ୍କ ସୁରକ୍ଷା କମ୍‌ କରାଯାଇଥିଲା । ପୂର୍ବ ସରକାରରେ ତାଙ୍କ ପୁଅକୁ ୧୭ ଜଣ ପୁଲିସ ସୁରକ୍ଷା ଦେଉଥିଲେ କିନ୍ତୁ ଯୋଗୀ କ୍ଷମତାକୁ ଆସିବାପରେ ତା‌ଙ୍କ ପୁଅର ସୁରକ୍ଷା କମାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କହିଛନ୍ତି ଯେ କମଳେଶଙ୍କ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଅନ୍ୟପକ୍ଷରେ ତିୱାରୀଙ୍କ ପୁଅ ସତ୍ୟମ ତିୱାରୀ ଆଜି ଉତ୍ତରପ୍ରଦେଶ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ କରିଛନ୍ତି। ତାଙ୍କ ବାପାଙ୍କୁ ସୁରକ୍ଷା ଯୋଗାଇ ଦେବେ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସୁରକ୍ଷାକର୍ମୀ ଥାଇ ସୁଦ୍ଧା ତାଙ୍କ ବାପାଙ୍କୁ ନିର୍ମମ ହତ୍ୟା କରାଯାଇଛି। ତେଣୁ ହତ୍ୟା ଘଟଣାର ଏନ୍‌ଆଇଏ ତଦନ୍ତ ପାଇଁ ସତ୍ୟମ୍‌ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe