ନେତାଜୀଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହି ଅଡ଼ୁଆରେ କଙ୍ଗନା

Advertisment
ନେତାଜୀଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହି ଅଡ଼ୁଆରେ କଙ୍ଗନା

zoomtventertainment.com

ମଣ୍ଡି/ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅଟନ୍ତି ବୋଲି ମଣ୍ଡି ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରଣାୱତ୍‌ କହିଛନ୍ତି। ଏହାକୁ ନେଇ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ଟେଲିଭିଜନ୍‌ ସାକ୍ଷାତକାରରେ କଙ୍ଗନା କହିଥିଲେ ଯେ ଦେଶ ସ୍ବାଧୀନ ହେବା ବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ କେଉଁଠି ଥିଲେ ସେ ନେଇ ଅଧିକ ଆଲୋକପାତ ହେଉ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ କଙ୍ଗନାଙ୍କୁ ସମାଲୋଚନା କରିଛନ୍ତି।

ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା କେଟିଆର୍‌ କଟାକ୍ଷ କରି କହିଛନ୍ତି ଯେ ଉତ୍ତରଭାରତର ଜଣେ ବିଜେପି ପ୍ରାର୍ଥୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି। କେଉଁଠାରୁ ଏହି ଲୋକମାନେ ସ୍ନାତକ ପଢ଼ିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମଧ୍ୟ କଙ୍ଗନାଙ୍କ ଏହି ସାକ୍ଷାତକାରର ଭିଡିଓ କ୍ଲିପ୍‌ ସେୟର କରି କହିଛନ୍ତି ଯେ ତାଙ୍କୁ (କଙ୍ଗନା) ସାଧାରଣ ଭାବେ ଗ୍ରହଣ କରନ୍ତୁ ନାହିଁ। ଅନ୍ୟପକ୍ଷରେ କଙ୍ଗନା ଏହାର ଜବାବରେ କହିଛନ୍ତି ଯେ ସେ କେଉଁ ପରିପ୍ରେକ୍ଷୀରେ ଏହା କହିଛନ୍ତି ତାହା ନବୁଝି କିଛି ଲୋକ ନିଜର ସ୍ବଳ୍ପ ଜ୍ଞାନରେ ମତ ରଖୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe