ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା ‘ଝିଅ ଭଳି ରାଜ୍ୟପାଳ ମୋ କଥା ଶୁଣିଲେ’

Advertisment
ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା ‘ଝିଅ ଭଳି ରାଜ୍ୟପାଳ ମୋ କଥା ଶୁଣିଲେ’

Gulf News

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା‌ ରାଣାୱତ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି। ରାଜ୍ୟପାଳଙ୍କ ସହ ସାକ୍ଷାତକାର ବେଶ ସକରାତ୍ମକ ଥିଲା ଏବଂ ରାଜ୍ୟପାଳ ନିଜ ଝିଅ ଭଳି ତାଙ୍କର ସବୁ କଥା ଶୁଣିଥିଲେ ବୋଲି କଙ୍ଗନା କହିଛନ୍ତି। ବିଏମ୍‌ସି କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ସେ ପ୍ରଥମ ଥର ପାଇଁ ରାଜ୍ୟପାଳଙ୍କୁ ସାକ୍ଷାତ କରି ମହାରାଷ୍ଟ୍ର ସରକାର ତାଙ୍କ ପ୍ରତି କରିଥିବା ଅନ୍ୟାୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟପାଳଙ୍କ ସହ ସାକ୍ଷାତ ସମୟର କିଛି ଫଟୋ ଟ୍ବିଟ୍‌ କରି କଙ୍ଗନା‌ କହିଛନ୍ତି ତାଙ୍କର ସାକ୍ଷାତ ଫଳପ୍ରଦ ହୋଇଛି। ତାଙ୍କୁ ନ୍ୟାୟ ଦେବାକୁ କଙ୍ଗନା ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe