ମୁମ୍ବାଇସ୍ଥିତ ମଣିକର୍ଣ୍ଣିକା ଫିଲ୍ମସ୍ ଅଫିସ୍‌କୁ ‘ରାମ ମନ୍ଦିର’ ସହ ତୁଳନା କରି କଙ୍ଗନା ରାଣାୱତ୍ କହିଲେ ବାବର୍‌ ତାହାକୁ ଭାଙ୍ଗୁଛନ୍ତି

ମୁମ୍ବାଇସ୍ଥିତ ମଣିକର୍ଣ୍ଣିକା ଫିଲ୍ମସ୍ ଅଫିସ୍‌କୁ ‘ରାମ ମନ୍ଦିର’ ସହ ତୁଳନା କରି କଙ୍ଗନା ରାଣାୱତ୍ କହିଲେ ବାବର୍‌ ତାହାକୁ ଭାଙ୍ଗୁଛନ୍ତି

Image Courtesy of Zee News

ମୁମ୍ବାଇ:  ମୁମ୍ବଇର ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନା ରାଣାଓ୍ୱତଙ୍କ ମଣିକର୍ଣ୍ଣିକା ଫିଲ୍ମସ୍‌ କାର୍ଯ୍ୟାଳୟରେ ବେଆଇନ୍ ଭାବେ କରାଯାଇଥିବା କେତେକ ଢାଞ୍ଚାକୁ ଭାଙ୍ଗିବାକୁ ଆଜି ‘ବୃହନ୍‌ମୁମ୍ବାଇ ମହାନଗର ନିଗମ’ ( ବିଏମସି) କର୍ମଚାରୀମାନେ ପହଞ୍ଚିଛନ୍ତି। ଏଥିରେ ପ୍ରତିକ୍ରିୟା ପ୍ରକାଶପୂର୍ବକ କଙ୍ଗନା ନିଜ କାର୍ଯ୍ୟାଳୟକୁ ରାମମନ୍ଦିର ସହ ତୁଳନା କରିବା ସହ ବାବର୍ ତାହାକୁ ଭାଙ୍ଗୁଛନ୍ତି ବୋଲି କହିଛନ୍ତି।

ଟୁଇଟ୍ କରି ସେ ଲେଖିଛନ୍ତି, ମଣିକର୍ଣ୍ଣିକା ଫିଲ୍ମସ୍‌ ଅଧିନରେ ପ୍ରଥମ ଫିଲ୍ମ ‘ଅଯୋଧ୍ୟା’ ଘୋଷିତ ହୋଇଥିଲା। ତାହା ମୋ ପାଇଁ ଖାଲି ଅଟ୍ଟାଳିକା ନୁହେଁ, ରାମ ମନ୍ଦିର ଅଟେ। ଆଜି ବାବର ଆସିଛନ୍ତି, ଆଜି ଇତିହାସ ନିଜର ପୁନରାବୃତ୍ତି କରିବ। ରାମ ମନ୍ଦିର ପୁଣି ଭାଙ୍ଗିବ। କିନ୍ତୁ, ମନେରଖ ବାବର, ଏ ମନ୍ଦିର ପୁଣି ନିର୍ମାଣ ହେବ, ଏ ମନ୍ଦିର ପୁଣି ନିର୍ମାଣ ହେବ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ।

ଗଣମାଧ୍ୟମକୁ ଜଣେ ବରିଷ୍ଠ ‘ବିଏମ୍‌ସି’ ଅଧିକାରୀ କହିଛନ୍ତି, ନୋଟିସ୍‌ର ଜବାବ ଦେବାକୁ ଆମେ ୨୪ ଘଣ୍ଟା ସମୟ ଦେଇଥିଲୁ, କିନ୍ତୁ ସେ ଉତ୍ତର ଦେଲେନାହିଁ। ସେ ପୁଣି କହିଲେ କି, କଙ୍ଗନା ରଣାୱାତଙ୍କ କାର୍ଯ୍ୟାଳୟ ମଧ୍ୟରେ କେତେଗୁଡ଼ିଏ ବେଆଇନ୍ ଏବଂ ଅନଧିକୃତ ନିର୍ମାଣ ହୋଇଛି। ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe