୭୦ହଜାର ଭୋଟରେ ଆଗୁଆ କଙ୍ଗନା, ଜିତିବା ନିଶ୍ଚିତ !

Advertisment
୭୦ହଜାର ଭୋଟରେ ଆଗୁଆ କଙ୍ଗନା, ଜିତିବା ନିଶ୍ଚିତ !

ମଣ୍ଡି: ଆଜି ଭୋଟ ଗଣତି ଥିବା ବେଳେ ସାରା ଦେଶରେ ବିଜେପିର ଦବଦବା ଦେଖିବାକୁ ମିଳିଛି। ଅନେକ ରାଜ୍ୟରେ ବିଜେପି ଆଗେଇ ଥିବା ବେଳେ ହିମାଚଳର ମଣ୍ଡି ଆସନର ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ୍ ୭୦ହଜାର ଭୋଟରେ ଆଗରେ ରହିଛନ୍ତି। ପ୍ରଥମ କରି ସେ ନିର୍ବାଚନ ଲଢ଼ୁଥିବା ବେଳେ ଏତେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କିଛି ଦିନ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ ବେଳେ କଙ୍ଗନା କହିଥିଲେ ଯେ, ବଲିଉଡରେ ମୁଁ ସଫଳ ହୋଇଛି ଏବଂ ରାଜନୀତିରେ ବି ମୁଁ ସଫଳ ହେବି ବୋଲି ଆଶା ରଖିଛି। ମଣ୍ଡିର ଲୋକମାନଙ୍କ ଭଲପାଇବା ମତେ ଏଠାକୁ ନେଇ ଆସିଛି। ତାଙ୍କର ଏହି କଥାଟି ଏବେ ସତ ହେଉଥିବା ଦେଖାଯାଇଛି। ଭୋଟ ଗଣତି ଆଗକୁ ଆଗକୁ ବଢ଼ୁଥିବା ବେଳେ କଙ୍ଗନା ଆଗେଇ ଚାଲିଛନ୍ତି। ତାଙ୍କ ବିପକ୍ଷରେ ଜିତିବା ଆଶା ରଖି କଂଗ୍ରେସ ମଣ୍ଡି ଆସନରୁ ୬ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଗଣତିକୁ ଦେଖି କଂଗ୍ରେସର ସେହି ଆଶା ମଉଳି ଯିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe