Gulf News
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାର ମାମଲାରେ ଫସିଛନ୍ତି ସୁଶାନ୍ତଙ୍କ ପ୍ରେମିକା ତଥା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟା ଡ୍ରଗ୍ସ କାରବାରରେ ସାମିଲ୍ ଥିଲେ ଓ ସେ ଡ୍ରଗ୍ସ ସେବନ କରୁଥିଲେ ବୋଲି ଅଭିଯୋଗ ଆସିବା ପରେ ଏବେ ଅନେକ ବଲିଉଡ୍ ତାରକାଙ୍କୁ ବିବାଦକୁ ଭିଡ଼ିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ।
କଙ୍ଗନା ଅଭିଯୋଗ ଆଣି କହିଛନ୍ତି ଯେ ବଲିଉଡ୍ର ଅନେକ ତାରକା ଡ୍ରଗ୍ସ ସେବନ କରନ୍ତି। ଏପରିକି ସେ ରଣବୀର ସିଂହ, ରଣବୀର କପୁର୍ ଓ ଅୟାନ ମୁଖାର୍ଜୀ ଓ ଭିକି କୌଶଲ ଆଦି ହାଇ ପ୍ରୋଫାଇଲ୍ ତାରକାଙ୍କର ବି ଡ୍ରଗ୍ସ ପରୀକ୍ଷା କରାଯାଉ ବୋଲି କହିଛନ୍ତି କଙ୍ଗନା । ସେ କହିଛନ୍ତି ଏହି ତାରକାମାନଙ୍କୁ ମୁଁ ଅନୁରୋଧ କରି କହୁଛି କି ସେମାନେ ନିଜର ରକ୍ତ ନମୁନା ପ୍ରଦାନ କରି ସେମାନେ ଡ୍ରଗ୍ସ ନେଉନାହାନ୍ତି ବୋଲି ନିଶ୍ଚିତ କରାନ୍ତୁ। ଏମିତିରେ ସେମାନେ କୋକେନ୍ ନେଉଛନ୍ତି ବୋଲି ସେମାନଙ୍କ ନାମରେ ଚର୍ଚ୍ଚା ହେଉଛି। ତେଣୁ, ନିଜର ରକ୍ତ ନମୁନା ଦେଇ ସେମାନେ ଲୋକମାନଙ୍କୁ ପ୍ରେରିତ କରାନ୍ତୁ ବୋଲି କଙ୍ଗନା ଆହ୍ନାନ କରିଛନ୍ତି । କଙ୍ଗନା ତାଙ୍କର ଏହି ଟ୍ବିଟ୍ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।
କିଛି ଦିନ ତଳେ କଙ୍ଗନା ଦାବି କରିଥିଲେ କି ତାଙ୍କୁ ବି ନିଶାଯୁକ୍ତ ପାନୀୟ ଦିଆଯାଇଥିଲା। ସିନେମା ଇଣ୍ଡଷ୍ଟ୍ରିରେ ନୂଆ କରି ପ୍ରବେଶ କରିବା ସମୟରେ ତାଙ୍କ ମେଣ୍ଟର ବୋଲାଉଥିବା ବ୍ୟକ୍ତି ତାଙ୍କ ଅଗୋଚରରେ ତାଙ୍କୁ ନିଶା ପାନୀୟ ପିଆଇଥିଲେ ବୋଲି କଙ୍ଗନା ଅଭିଯୋଗ ଆଣିଥିଲେ।
Follow Us