WION
ମୁମ୍ବାଇ: ଚାଷୀ ଆନ୍ଦୋଳନ ଆରମ୍ଭ ହେବା ପରଠାରୁ ଏହାକୁ ବିରୋଧ କରି ଟୁଇଟ କରି ଚାଲିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ବିଶେଷ କରି ଗଣତନ୍ତ୍ର ଦିବସ ଦିନ ଚାଷୀମାନେ ଯେଉଁଭଳି ଭାବେ ହିଂସା କରିଥିଲେ, ସେହି ଘଟଣାକୁ ନେଇ ଅନେକ ଟୁଇଟ କରିଥିଲେ କଙ୍ଗନା। ଗତକାଲି ପପ୍ ଗାୟକ ରିହାନ୍ନାଙ୍କ ଟୁଇଟ୍ ପରେ ଅସନ୍ତୋଷ ପ୍ରକାଶ କରି ଅଭିନେତ୍ରୀ କଙ୍ଗନା ଟୁଇଟ କରିଥିବା ବେଳେ ଏବେ ଭାରତୀୟ କ୍ରିକେଟ୍ ଦଳର ଓପନର୍ ରୋହିତ ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା। ଅପଶବ୍ଦ ବ୍ୟବହାର କରି କଙ୍ଗନା ଟୁଇଟ କରିଥିବାରୁ ଟୁଇଟର କଙ୍ଗନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିଛି।
କଙ୍ଗନାଙ୍କ ଟୁଇଟର ଜବାବ ରୋହିତ ଶର୍ମା ଦେବା ପୂର୍ବରୁ ଟୁଇଟର କଙ୍ଗନାଙ୍କ ଟୁଇଟ ହଟାଇ ଦେଇଥିବା ଜଣାପଡ଼ିଛି। କଙ୍ଗନା ରୋହିତଙ୍କୁ ନେଇ କରିଥିବା ଟୁଇଟ୍ ଟୁଇଟର ନିୟମର ଉଲ୍ଲଂଘନ ବୋଲି କାରଣ ଦେଇ ଟୁଇଟ ହଟାଇଥିବା ଜଣାପଡ଼ିଛି। ଟୁଇଟର ଲେଖିଛି ଯେ, ଟୁଇଟରେ ଯେଉଁ ଭାଷା ଲେଖାଯାଇଥିଲା, ତାହା ଆମ ନିୟମ ଅନୁଯାୟୀ ଗ୍ରହଣୀୟ ନୁହେଁ। ଆମେ କେବଳ ଆମ ନିୟମର ଉଲ୍ଲଂଘନ କରୁଥିବା ଟୁଇଟକୁ ହଟାଇଛୁ।
Amar Ujalaଗତକାଲି ଚାଷୀ ଆନ୍ଦୋଳନକୁ ନେଇ ହିଂସା ସୃଷ୍ଟି କଲାଭଳି ଟୁଇଟ କରୁଥିବା ଲୋକଙ୍କ ଆକାଉଣ୍ଟ ସ୍ଥଗିତ ରଖିବାକୁ ଏବଂ ସ୍ଥଗିତ କରିବାର କିଛି ଘଣ୍ଟା ପରେ ପୁଣି ଥରେ ଚାଲୁ ନକରିବାକୁ କହିଥିଲେ ସରକାର। ଯଦି ଟୁଇଟର ଏହା ନକରେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ସରକାର ଶେଷ ନୋଟିସ ଜାରି କରିଥିଲେ। ସରକାରଙ୍କ ନୋଟିସ ପରେ ଟୁଇଟର ଆକାଉଣ୍ଟ ବନ୍ଦ କରିବା ଏବଂ ଟୁଇଟ ହଟାଇବା କାମ ଆରମ୍ଭ କରିଦେଇଛି।
Follow Us