ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ଟ୍ରମ୍ପଙ୍କୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା

Advertisment
ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ଟ୍ରମ୍ପଙ୍କୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା

ୱାଶିଂଟନ:  ଆମେରିକା ପେନ୍‌ସିଲଭାନିଆର ବଟ୍‌ଲରରେ ଏକ ନିର୍ବାଚନୀ ରାଲିରେ ହୋଇଥିବା ଗୁଳିକାଣ୍ଡରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହତ ହୋଇ ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି।

ଏହି ଘଟଣା ଦେଶ ତଥା ଦେଶ ବାହାରେ  ଆଲୋଡ଼ନ ସୃଷ୍ଟି କରିଛି। ଏହି ଗୁଳିକାଣ୍ଡ ଘଟଣ‌ାରେ ୨୦ ବର୍ଷ ବୟସ୍କ ନର୍ସିଂହୋମର ସହାୟକ ଥୋମାସ୍ ମାଥ୍ୟୁ କ୍ରୁକ୍ସ ସାମିଲ ଥିବା ଯାଞ୍ଚରୁ ଜଣାପଡ଼ିଛି। କ୍ରୁକ୍ସ ଟ୍ରମ୍ପଙ୍କ ଉପରକୁ ଆଠ ରାଉଣ୍ଡ ଗୁଳି ଚଳାଇଥିଲା।

ଟ୍ରମ୍ପଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମକୁ ନେଇ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଫ୍‌ବିଆଇ) ଯାଞ୍ଚ କରୁଛି । ଏହି କ୍ରମରେ ବଲିଉଡ ଅଭିନେତ୍ରୀ ତଥ‌ା ସାଂସଦ କଙ୍ଗନା ରଣାୱତ ତାଙ୍କ ଇନଷ୍ଟାଗ୍ରାମରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିସହିତ ପେନ୍‌ସିଲଭାନିଆର ବଟ୍‌ଲରରେ ନିର୍ବାଚନୀ ରାଲିରେ ସାମିଲ ହୋଇଥିବା ସମୟରେ ଟ୍ରମ୍ପଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଟ୍ରମ୍ପ ଆହତ ହୋଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଟ୍ରମ୍ପଙ୍କ ଏଭଳି ଅବସ୍ଥା ଦେଖି କଙ୍ଗନା ଲେଖିଛନ୍ତି, ‘ ନିର୍ବାଚନ ରାଲିରେ ସାମିଲ ହୋଇଥିବ‌ା ସମୟରେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ସେ ଏହି ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରକୁ ‌ଲୋକଙ୍କ ଗହଳି ଭିତରେ ଯଦି ଗୁଳିମାଡ଼ ହୋଇପାରୁଛି ତେବେ ସାଧାରଣ ଲୋକ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।  ତେଣୁ ସମସ୍ତଙ୍କୁ ସାବଧାନ ରହିବା ନିହାତି ଆବଶ୍ୟକ ରହିଛି। ଆମେରିକା ପାଇଁ ଟ୍ରମ୍ପ ଛାତିରେ ଗୁଳି ଖାଇଛନ୍ତି। ସେ ନିଶ୍ଚିୟ ନିର୍ବାଚନ ଜିତିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe