ଥମୁନି ତୁତୁମେଁମେଁ ! ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ନିକଟକୁ ଭିଡିଓ ପଠାଇ ଅଭିନେତ୍ରୀ କଙ୍ଗନା କହିଲେ, ‘ତୁମେ ଏତେ ଅଜ୍ଞ ବୋଲି ଜାଣି ନ ଥିଲି’...

Advertisment
ଥମୁନି ତୁତୁମେଁମେଁ ! ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ନିକଟକୁ ଭିଡିଓ ପଠାଇ ଅଭିନେତ୍ରୀ କଙ୍ଗନା କହିଲେ, ‘ତୁମେ ଏତେ ଅଜ୍ଞ ବୋଲି ଜାଣି ନ ଥିଲି’...

NewsNation

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତୁତୁ...ମେଁମେଁ ବନ୍ଦ ହେବାର ନାଁ ଧରୁନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତକାଲି ମହାରାଷ୍ଟ୍ରରେ ଏକ ର‍୍ୟାଲିକୁ ସମ୍ବୋଧିତ କରିବା ଅବସରରେ କଙ୍ଗନାକୁ ‘ନମକ୍‌ ହାରାମ’ ବୋଲି କହିବା ପରେ ଆଜି ଏହାର ଦୃଢ଼ ଜବାବ ରଖିଛନ୍ତି ଅଭିନେତ୍ରୀ କଙ୍ଗନା। ନିଜ ଟୁଇଟର ହ୍ୟାଣ୍ଡେଲରେ ଏକାଧିକ ଟୁଇଟ୍‌ କଲାପରେ ଏକ ଭିଡିଓ ରେକର୍ଡିଂ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ପଠାଇଛନ୍ତି ଅଭିନେତ୍ରୀ କଙ୍ଗନା।

ମୁଖ୍ୟମନ୍ତ୍ରୀ ଠାକରେଙ୍କ ନିକଟକୁ ଅଭିନେତ୍ରୀ କଙ୍ଗନା ପଠାଇଥିବା ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ତୁମେ ଗତକାଲି ତୁମର ଭାଷଣରେ ମୋତେ ଦୁର୍ବ୍ୟବହାର କରିଥିଲ। ମୋତେ ‘ନମକ ହରାମ’ ବୋଲି ମଧ୍ୟ କହିବାକୁ ସୁଦ୍ଧା କୁଣ୍ଠିତ ହୋଇ ନଥିଲ’।

‘ମୋ ଜନ୍ମ ରାଜ୍ୟ ହିମାଚଳ ପ୍ରଦେଶ ସଂପର୍କରେ ବିଭ୍ରାନ୍ତିଜନକ ତଥ୍ୟ ପ୍ରଦାନ କରିବାକୁ ବି ସଙ୍କୋଚ ମନେ କରି ନଥିଲ। ତୁମେ କହିଥିଲ, ଗଞ୍ଜା କ୍ଷେତ (ଗଞ୍ଜେଇ ଚାଷ) ହିମାଚଳରେ ଅଛି! ହେଲେ, ତୁମେ ହିମାଚଳ ବିଷୟରେ ଏପରି ଭୁଲ କଥା କହବାକୁ କେମିତି ସାହସ କଲ? ତୁମେ ଏତେ ଅଜ୍ଞ ବୋଲି ମୁଁ ଜାଣି ନଥିଲି। ହିମାଚଳ ମା’ ପାର୍ବତୀଙ୍କ ଜନ୍ମ ସ୍ଥାନ ଭାବରେ ଜଣାଶୁଣା ଏବଂ ‘ଦେବ ଭୂମି’ ଭାବେ ଖ୍ୟାତ। ଜଣେ ମୁଖ୍ୟମନ୍ତ୍ରୀ ହୋଇ ସୁଦ୍ଧା ଏକଥା ନ ଜାଣି କିପରି ଆପଣ ଏପରି ଲଜ୍ଜାଜନକ କଥା କହିବାକୁ ସାହସ କଲ?’

‘ମୁଁ ତୁମର ପୁଅ ବୟସର ଝିଅ ଟିଏ। ମୋ ସହ ଏପରି ଆଚରଣ ପ୍ରଦର୍ଶନ ପାଇଁ ଖରାପ ଲାଗୁ ନାହିଁ। ମୁଁ ତ ମୁମ୍ବାଇକୁ ପାକ୍‌ ଅଧିକୃତ କଶ୍ମୀର କହିଥିଲି। କିନ୍ତୁ ତୁମର ଭାଷଣରେ, ତୁମେ ଭାରତକୁ ପାକିସ୍ତାନ ସହିତ ତୁଳନା କରଦେଲ! ତେବେ, ଦେଶଦ୍ରୋହୀ କିଏ?’

‘ତୁମେ ଗୋଟେପଟେ ମହିଳା ସଶକ୍ତୀକରଣ କହୁଥିବା ବେଳେ ତୁମ ଦଳର ଜଣେ ବରିଷ୍ଠ ନେତା ମୋତେ ‘ହରାମଖୋର’ କହିଥିବା ବେଳେ ତୁମେ ଏବେ ତୁମେ ପାଦେ ଆଗେଇ ଯାଇ ମୋତେ ‘ନାମକ ହରାମ’ ବୋଲି କହିବାକୁ ସୁଦ୍ଧା କୁଣ୍ଠିତ ହେଲ ନାହିଁ। ହେଲେ, ମନେରଖ ତୁମର ଏଧରଣର ଲଜ୍ଜାଜନକ କାର୍ଯ୍ୟ ପାଇଁ ତୁମକୁ ଆଗାମୀ ଦିନରେ ବହୁ ମୂଲ୍ୟ ଦେବାକୁ ହେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe