ପରିବାର ସହ ଲୁଚି ରହିଥିବା କାନାଡ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କଙ୍ଗନା କହିଲେ ଏଭଳି କଥା

Advertisment
ପରିବାର ସହ ଲୁଚି ରହିଥିବା କାନାଡ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କଙ୍ଗନା କହିଲେ ଏଭଳି କଥା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ କାନାଡ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଙ୍କୁ ଟାର୍ଗେଟ କରି ତାଙ୍କର ପୁରୁଣା ରାଗ ଶୁଝାଇଛନ୍ତି । ଭ୍ୟାକ୍ସିନ, ମାକ୍ସ ଓ ଲକ୍‌ଡାଉନ୍‌କୁ ନେଇ କାନାଡାର ହଜାର ହଜାର ଟ୍ରକ୍‌ ଡ୍ରାଇଭର ତୀବ୍ର ବିରୋଧ କରୁଛନ୍ତି । ଏହି ଘଟଣାକୁ ନେଇ କଙ୍ଗନା ରାଣାୱତ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଏଭଳି ପରିସ୍ଥିତିରେ ଭୟଭିତ ହୋଇ ନିଜ ପରିବାର ସହ ଏକ ଗୁପ୍ତ ସ୍ଥାନକୁ ପଳାଇଛନ୍ତି କାନାଡ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେ। ଏହି ଘଟଣାକୁ ନେଇ ଜଷ୍ଟିନ ଟ୍ରୁଡେଙ୍କୁ ଟାର୍ଗେଟ କରି କଙ୍ଗନା ନିଜ ଇନଷ୍ଟାରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘କର୍ମର ଫଳ ତ ଭୋଗିବାକୁ ପଡ଼ିଥାଏ।’

୨୦୨୦ରେ ଭାରତ ସରକାରଙ୍କ କୃଷି ନୀତିକୁ ବିରୋଧ କରି ହଜାର ହଜାର କୃଷକ ଅନେକଦିନ ଧରି ରାସ୍ତାରେ ବସି ରହିଥିଲେ। ଏହି ସମୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେ ସେମାନଙ୍କୁ ସମର୍ଥନ ଜଣାଇଥିଲେ।

ଏନେଇ କଙ୍ଗନା ଲେଖିଛନ୍ତି, ଟ୍ରୁଡେ ଭାରତରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହିତ କରୁଥିଲେ, ଏବେ ନିଜ ଦେଶରେ ସେ ଗୁପ୍ତ ସ୍ଥାନରେ ଲୁଚି ରହିଛନ୍ତି। ଆମକୁ ତ କର୍ମର ଫଳ ଭୋଗିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe