ପ୍ରିୟଙ୍କାଙ୍କ ବଲିଉଡ ଛାଡିବା ବିବାଦ ଉପରେ ପ୍ରଶ୍ନ କରିବାକୁ ଗଣମାଧ୍ୟମକୁ କହିଲେ କଙ୍ଗନା

Advertisment
ପ୍ରିୟଙ୍କାଙ୍କ ବଲିଉଡ ଛାଡିବା ବିବାଦ ଉପରେ ପ୍ରଶ୍ନ କରିବାକୁ ଗଣମାଧ୍ୟମକୁ କହିଲେ କଙ୍ଗନା

ନୂଆଦିଲ୍ଲୀ: ପଡକାଷ୍ଟ ସୋ’ ଆର୍ମଚେୟର ଏକ୍ସପର୍ଟରେ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ବଲିଉଡ ଛାଡିବା ପଛର କାରଣ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରିୟଙ୍କା ବଲିଉଡ ଛାଡିବା ପଛର କାରଣ କହିଥିଲେ ବି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ନାଁ କହିନଥିଲେ। ହେଲେ କଙ୍ଗନା, ପ୍ରିୟଙ୍କାଙ୍କ ବଲିଉଡ ଛାଡିବାର ଆରୋପ ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଉପରେ ଲଗାଇଥିଲେ। ତେବେ ପ୍ରିୟଙ୍କାଙ୍କ ଖୁଲାସା ପରେ ଏନେଇ କାହାକୁ ପ୍ରଶ୍ନ କରାଯାଉନଥିବାରୁ ଫଟୋ ସାମ୍ବାଦିକମାନଙ୍କୁ ଚାଲାକ୍ ବୋଲି କହିଛନ୍ତି କଙ୍ଗନା।

ବିମାନବନ୍ଦରରେ କଙ୍ଗନାଙ୍କ ଫଟୋ ଉଠାଉଥିବା ଫଟୋ ସାମ୍ବାଦିକମାନଙ୍କୁ କଙ୍ଗନ‌ା ଚାଲାକ୍ ବୋଲି କହି ଫିଲ୍ମ ମାଫିଆଙ୍କୁ ପ୍ରଶ୍ନ କାହିଁକି ପଚାରୁନ ବୋଲି କହିଥିଲେ ଅଭିନେତ୍ରୀ। ଏବେ ଏହାର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କଙ୍ଗନା କହୁଛନ୍ତି ତୁମେମାନେ ବହୁତ ଚାଲାକ୍। ଯଦି ଫିଲ୍ମ ମାଫିଆଙ୍କୁ ନେଇ କିଛି ବିବାଦ ହୁଏ, ତେବେ ତାଙ୍କୁ କେହି ପ୍ରଶ୍ନ ପଚାରିବନି। ହେଲେ ମୋ ସହ ଜଡ଼ିତ କିଛି ବିବାଦ ହେଲେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିବ।

ଉଲ୍ଲେଖଯୋଗ୍ୟ, ମୋତେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଗୋଟିଏ କୋଣକୁ ଠେଲି ଦିଆଯାଇଥିଲା। ଲୋକମାନେ ମୋତେ କାମ ଦେଉନଥିଲେ। ଏଥିପାଇଁ ମୁଁ ବଲିଉଡ ଛାଡିଥିଲି ବୋଲି ପଡକାଷ୍ଟ ସୋ’ ଆର୍ମଚେୟର ଏକ୍ସପର୍ଟରେ କହିଥି‌ଲେ ପ୍ରିୟଙ୍କା। ଏଥିରେ କଙ୍ଗନା, ପ୍ରିୟଙ୍କାଙ୍କୁ ସମର୍ଥନ କରିବା ସହ କହିଥିଲେ ଯେ ସମସ୍ତେ ଜାଣନ୍ତି କରଣ ଜୋହର ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe